Advertisement

ଖତ ଖାଉଛି ମୂଲ୍ୟବାନ୍‌ କାଠ

ବିଶ୍ରା,୧୭ା୧୧( ବଟକୃଷ୍ଣ ସ୍ବାଇଁ): ଖତ ଖାଉଛି ମୂଲ୍ୟବାନ୍‌ କାଠ। ଟେଣ୍ଡର ଆହ୍ବାନ ନାହିଁ କି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସୁନ୍ଦରଗଡ଼ ଜିଲା ସୀମାନ୍ତ ରାଉରକେଲା ବନ ମଣ୍ଡଳ ଅଧୀନରେ ଥିବା ବିଶ୍ରା ବନାଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବେଆଇନ କାଠ ଚୋରାଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଇ ଜବତ କରାଯାଇଥାଏ। ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ଜବତ କରାଯାଇ ବାହାରେ ଗଦା କରାଯାଉଛି। ଗତ ୫ବର୍ଷ ଧରି କୌଣସି ଷ୍ଟକ୍‌ ୟାର୍ଡ କରାଯାଇନାହିଁ। ଯାହାଫଳରେ ଜବତ କାଠ ସବୁ ବାହାରେ ପଡ଼ି ରହୁଛି। କେବଳ ବିଶ୍ରା ବାନାଞ୍ଚଳରେ ନୁହେଁ। ମଣ୍ଡଳ ଅଧୀନରେ ଥିବା ସମସ୍ତ ୬ଟି ବନାଞ୍ଚାଳରେ କୋଟି କୋଟି ଟଙ୍କାର ସମ୍ପତି ଖତ ଖାଉଛି। ଏ ବିଷୟରେ ସ୍ଥାନୀୟ ବନ ମଣ୍ଡଳ ଅଧିକାରୀ ଯଶୋବନ୍ତ ସେଠୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। କୁଆଁରମୁଣ୍ଡା ଓ ବିଶ୍ରା ଦାୟିତ୍ୱରେ ଥିବା ବନ ଅଧିକାରୀ ଜ୍ଞାନେନ୍ଦ୍ର ଲିମାଙ୍କୁ ଏ ବିଷୟରେ ପଚାରିବାରୁ , ଚୋରା କାଠ ଜବତ ପରେ ଅଭିଯୁକ୍ତ ଗିରଫ ହୋଇ ଜେଲ ଯାଇଥାଏ। କୋର୍ଟରେ ତାଙ୍କର କେଶ ଚାଲିଥାଏ। କେଶ ଫାଇନାଲ ନ ହେବା ଯାଏଁ କାଠ ନିଲାମ ହୁଏନାହିଁ। ଯଦି କାଠ ସହ ଗାଡି ଧରା ହୁଏ, ତେବେ ଉଚ୍ଚ ଅଧିକାରୀଙ୍କ ଅନୁମତିରେ କାଠ ନିଲାମ ହୋଇପାରିବ ବୋଲି ବନ ଅଧିକାରୀ ଜ୍ଞାନେନ୍ଦ୍ର କହିଥିଲେ। ରାଉରକେଲା ବନ ମଣ୍ଡଳ ଅଧିକାରୀ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ , ଗତ କିଛି ଦିନ ପୂର୍ବରୁ ୬ ଲକ୍ଷ ଟଙ୍କାର କାଠ ନିଲାମ ହୋଇଯାଇଛି। ଆଗାମୀ ଦିନରେ ମାମଲା ଫାଇନାଲ ହେଲା ପରେ ସବୁ କାଠ ନିଲାମ ହେବ ବୋଲି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share