Categories: ଖେଳ

ବୁବ୍‌କାଙ୍କ ରେକର୍ଡ ଭାଙ୍ଗିଲେ ଡୁପ୍ଲାଣ୍ଟିସ୍‌

ରୋମ୍‌, ୧୯ା୯ (ଏପି)-ସ୍ବିଡିଶ ପୋଲ୍‌ ଭଲ୍ଟର ଆର୍ମାଣ୍ଡ ଡୁପ୍ଳାଣ୍ଟିସ୍‌ ଆଉଟ୍‌ ଡୋର୍‌ରେ ସର୍ଗେ ବୁବ୍‌କାଙ୍କ ଦୀର୍ଘ ୨୬ ବର୍ଷର ପୁରୁଣା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ରୋମ୍‌ରେ ଅନୁଷ୍ଠିତ ଗୋଲେ୍‌ଡନ ଗାଲା ପିଟ୍ରୋ ମେନିଆ ମିଟ୍‌ରେ ଦ୍ୱିତୀୟ ପ୍ରଚେଷ୍ଟାରେ ସେ ୬ ମିଟର, ୧୫ ସେଣ୍ଟିମିଟର(୨୦ ଫୁଟ୍‌, ୨ଇଞ୍ଚ) କ୍ଲିଅର କରି ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି। ପୂର୍ବରୁ ବୁବ୍‌କା ୧୯୯୪ ଜୁଲାଇରେ ସେଷ୍ଟ୍ରିରେଠାରେ ୬.୧୪ ମିଟର (୨୦ ଫୁଟ, ୧୧/୨ ଇଞ୍ଚ)ରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ମଣ୍ଡୋ ଡାକ ନାମରେ ପରିଚିତ ଡୁପ୍ଲାଣ୍ଟିସ୍‌ ଆହୁରି ମଧ୍ୟ ଇନ୍‌ଡୋର ବିଶ୍ୱ ରେକର୍ଡ (୬.୧୮ମିଟର)ର ଅଧିକାରୀ। ଗ୍ଲାସ୍‌ଗୋଠାରେ ଫେବୃୟାରୀରେ ସେ ଏହି କୀର୍ତ୍ତିମାନ ଅର୍ଜନ କରିଥିଲେ। ୨୦ ବର୍ଷୀୟ ଡୁପ୍ଲାଣ୍ଟିସ୍‌ କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମଗ୍ରହଣ କରିବା ସହ ସେଠାରେ ବଢିଛନ୍ତି। ପ୍ରଥମ ପ୍ରଚେଷ୍ଟାରେ ସେ ରେକର୍ଡର ନିକଟତର ହୋଇଥିଲେ। ଦ୍ୱିତୀୟ ପ୍ରଚେଷ୍ଟାରେ ସେ କ୍ଲିଆର କରିଥିଲେ। ଆଉଟ୍‌ଡୋର୍‌ ପୋଲ୍‌ଭଲଟ୍‌ରେ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିବା ଲାଗି ଯଦିଓ ତାଙ୍କର ଲକ୍ଷ୍ୟ ରହିଥିଲା, ହେଲେ ଏଥିରେ ସେ ସଫଳ ହୋଇପାରିବେ ବୋଲି ତାଙ୍କର ବିଶ୍ୱାସ ନ ଥିଲା।

Share