Categories: ଖେଳ

ଡୁପ୍ଲାଣ୍ଟିସ୍‌ଙ୍କ ବିଶ୍ୱ ରେକର୍ଡ

ୟୁଜିନି (ୟୁଏସ୍‌ଏ), ୧୯ା୯:ପ୍ରିଫଣ୍ଟେନ କ୍ଲାସିକ୍‌ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ମିଟ୍‌ରେ ପୋଲ୍‌ଭଲ୍ଟରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି ସ୍ବିଡେନ୍‌ର ପୋଲ୍‌ଭଲ୍ଟର ଆର୍ମାଣ୍ଡ ଡୁପ୍ଲାଣ୍ଟିସ୍‌। ଇଥିଓପିଆ ଡିଷ୍ଟାନ୍ସ ରନର ଗୁଡାଫ୍‌ ଟିସେଗେ ମଧ୍ୟ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ମୋଣ୍ଡୋ ଭାବେ ପରିଚିତ ଡୁପ୍ଲାଣ୍ଟିସ ୬.୨୩ ମିଟର ଲମ୍ଫ ମାରି ନିଜ ରେକର୍ଡକୁ ଭଙ୍ଗ କରିଥିଲେ। ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ଚଳିତବର୍ଷ ପ୍ରାରମ୍ଭରେ ଇନ୍‌ଡୋରରେ ୬.୨୨ ମିଟର ଜମ୍ପ କରି ରେକର୍ଡ ପ୍ରତିଷ୍ଠା କରିଥିଲେ। ଏହା ପୂର୍ବରୁ ଇଥିଓପିଆର ଗୁଦାଫ୍‌ ଟିସେଗେ ୧୪:୦୦.୨୧ ଟାଇମିଂରେ ୫,୦୦୦ ମିଟର ଅତିକ୍ରମ କରି ବିଶ୍ୱରେକର୍ଡ ଭଙ୍ଗ କରିଥିଲେ। ପୂର୍ବରୁ ଏହି ରେକର୍ଡ କେନିଆର ଫେଥ୍‌ କିପ୍‌ୟେଗନ (୧୪:୦୫.୨୦)ଙ୍କ ନାମରେ ରହିଥିଲା। ସେ ଚଳିତବର୍ଷ ପ୍ୟାରିସରେ ଏହି ସଫଳତା ହାସଲ କରିଥିଲେ। ଟିସେଗେ ଆହୁରି ମଧ୍ୟ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠଠାରୁ ୧୨ ସେକେଣ୍ଡ ଆଗୁଆ ରେସ୍‌ ଶେଷ କରିଥିଲେ। କେନିଆର ବିଟ୍ରିସ ଚେବେଟେ ୧୪:୦୫.୯୨ ଟାଇମିଂରେ ରନରଅପ୍‌ ହୋଇଥିଲେ। ଟିସେଗେ କହିଛନ୍ତି, ଆସନ୍ତା ବର୍ଷ ସେ ୧୪ ମିନିଟ୍‌ରୁ କମ୍‌ ସମୟରେ ରେସ୍‌ ଶେଷ କରିବାକୁ ଚେଷ୍ଟା କରିବେ। ପ୍ରିଫଣ୍ଟେନ କ୍ଲାସିକ ସାଧାରଣତଃ ମେ ମାସ ଶେଷ ଭାଗରେ ହୋଇଥାଏ।

Share