ରାଜଧାନୀରେ ନକଲି ମୃଦୁ ପାନୀୟ କାରଖାନା: ଚଢ଼ାଉ କଲା ପୋଲିସ

ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଏକ ନକଲି କାରଖାନା ଠାବ ହୋଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଠାବ ହୋଇଥିବା ଏହି କାରଖାନା ଉପରେ ପୋଲିସ ଚଢ଼ାଉ ଜାରି ରଖିଛି।
ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ଏହି ସ୍ବତନ୍ତ୍ର ଟିମ୍‌ ନକଲି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା କାରଖାନାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ସାମଗ୍ରୀ ଠାବ ହୋଇଥିବା ଜଣାପଡ଼ିଛି।
ତେବେ ଆଶ୍ଚର୍ଯ୍ୟର କଥା ହେଲା ଏକ ଫର୍ଣ୍ଣିଚର କାରଖାନା ଭିତରେ ଏହି ନକଲି ମୃଦୁ ପାନୀୟ ପ୍ରସ୍ତୁତି କରାଯାଉଥିଲା।

Share