ଡୁରାଣ୍ଡ କପ ୨୦୨୩: ଫୁଟବଲ କେବଳ ଏକ ଖେଳ ନୁହେଁ, ଏକ ଭାବନା ମଧ୍ୟ. କହିଲେ ରାଜନାଥ…

କୋକରାଝର,୫।୮ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଆସାମର କୋକରାଝରରେ ଡୁରାଣ୍ଡ-କପ ୨୦୨୩ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ, ’ମୁଁ ଶୁଣିଥିଲି ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ଫୁଟବଲ ପ୍ରତି ଉତ୍ସାହ ପାଇଁ ଜଣାଶୁଣା। ଡୁରାଣ୍ଡ କପ ବିଷୟରେ ମୁଁ ସମସ୍ତଙ୍କ ମଧ୍ୟରେ ଦେଖୁଥିବା ଉତ୍ସାହ ମୋତେ ନିଶ୍ଚିତ କରିଛି ଉତ୍ତର ପୂର୍ବ ଅଞ୍ଚଳ ଫୁଟବଲ ମାଧ୍ୟମରେ ଲୋକଙ୍କ ହୃଦୟରେ ପହଞ୍ଚି ପାରିଛି। ଫୁଟବଲ ପ୍ରତି ଏହି ଉତ୍ସାହ ଭାରତର ବହୁତ କମ ସ୍ଥାନରେ ଦେଖାଯାଏ ।

ଫୁଟବଲ କେବଳ ଖେଳ ନୁହେଁ, ବରଂ ଏକ ଭାବନା । ୨୯୭୦ ଦଶକରେ ନାଇଜେରିଆରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା। ସେହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ପରିବେଶ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା। କିନ୍ତୁ ଯେତେବେଳେ ବ୍ରାଜିଲର ଖେଳାଳି ପେଲେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବା ପାଇଁ ସେଠାରେ ପହଞ୍ଚିଥିଲେ, ସେତେବେଳେ ଦେଶରେ ୪୮ ଘଣ୍ଟା ଶାନ୍ତି ରହିଥିଲା। କଳ୍ପନା କରନ୍ତୁ ଫୁଟବଲ କିପରି ଚମତ୍କାର ଭାବରେ ପରିସ୍ଥିତିକୁ ସ୍ବାଭାବିକ କଲା। ଏହାର ଅର୍ଥ ହେଉଛି ଫୁଟବଲ ଶାନ୍ତିର ଖେଳ ଏବଂ ଏହା ଲୋକଙ୍କୁ ଏକତ୍ର କରିଥାଏ।
କ୍ରୀଡା ହେଉ କିମ୍ବା ସମାଜ ହେଉ କିମ୍ବା ରାଷ୍ଟ୍ର, ଏଥିରେ ନିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ବଜାୟ ରଖିବା ଆମର ସମସ୍ତଙ୍କର ଦାୟିତ୍ୱ। ଜଣେ ପ୍ରକୃତ କ୍ରୀଡ଼ାବିତ ଏବଂ ଜଣେ ପ୍ରକୃତ ନାଗରିକ ଖେଳ ଏବଂ ସମାଜର ନିୟମ ଅନୁଯାୟୀ ନିଜର କର୍ତ୍ତବ୍ୟ କରନ୍ତି।

Share