Advertisement

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ହେଉଛନ୍ତି ଯୁବ ପ୍ରଯୋଜକ କୁମାର ପ୍ରୀତମ ସାହୁ। ଚଳଚ୍ଚିତ୍ରର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି ପୁନମ୍‌ ମିଶ୍ର। କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଆଗଧାଡିର ନିର୍ଦ୍ଦେଶକ ତାପସ ସରଘରିଆ। ସଂଳାପ ଲେଖିଛନ୍ତି ଅନ୍ତର୍ଯ୍ୟାମୀ ସରଘରିଆ। ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ଅଭିଜିତ ମଜୁମଦାର। ଏଥିରେ ଇଶା ତଲଓ୍ବାର, ରାଜ୍‌ ରାଜେଶ, ଅଭିଷେକ ଗିରି, ହରି, ପୁଷ୍ପା ପଣ୍ଡା, ଶକ୍ତି ବରାଳ, ଏବଂ ବିଦୁସ୍ମିତା ପ୍ରମୁଖ ଅଭିନୟ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel