ପୁରୁଷୋତ୍ତମପୁର,୧୩।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସହିତ ଏହାର ଆଖପାଖ ଅଞ୍ଚଳରେ କରୋନା କଟକଣା ମଧ୍ୟରେ ମା’ଦୂର୍ଗାଙ୍କ ପୂଜା ପାଳିତ ହୋଇଯାଇଛି। ମଙ୍ଗଳବାର ପବିତ୍ର ମହାସପ୍ତମୀ ଓ ମହାଷ୍ଟମୀ ତିଥିରୁ ପୂଜା ଆରମ୍ଭ ହୋଇଛି।
ପୁରୁଣା ପୋଷ୍ଟ ଅଫିସ୍ ସାହିରେ ପୂଜା କମିଟି ପକ୍ଷରୁ ମନୋଜ କୁମାର ଗୌଡ, ଅକ୍ଷୟ କୁମାର ଆଚାରି ଓ ରବିନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ପୂଜା ମେଢ ଅନୁଷ୍ଠିତ ହୋଇଛି। ସେହିପରି କନକା ଅଟୋମୋବାଇଲ ଆସୋସିଏସନ ପକ୍ଷରୁ ସଭାପତି ବେଲେଶ୍ବର ରାଓଙ୍କ ତତ୍ତ୍ୱାବଧାନରେ କାଳୀମନ୍ଦିର ଛକ ଠାରେ ମେଢର ଆୟୋଜନ କରାଯାଇଥିବା ବେଳେ କୁମାରୀ, ଭାଟକୁମରଡା, ଭୂତସରସିଙ୍ଗି, କେଏନ ପୁର ଆଦି ଗ୍ରାମରେ ସୁନ୍ଦର ସୁନ୍ଦର ମେଢ ମାନ ନିର୍ମାଣ କରାଯାଇଛି। ପୂଜା କମିଟି ପକ୍ଷରୁ ଜନଗହଳିକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥିବା ଫଳରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିନାହିଁ।