Categories: ଜାତୀୟ

ଦୁର୍ଗାପୂଜା ଧାର୍ମିକ ଅପେକ୍ଷା ଅଧିକ ଧର୍ମନିରପେକ୍ଷ: ହାଇକୋର୍ଟ…

କୋଲକାତା,୨୬।୮ : ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ। ଏହା ପ୍ରକୃତ ପକ୍ଷେ ବିଭିନ୍ନ ସଂସ୍କୃତିକୁ ସଂଯୋଗ କରୁଥିତ୍ବା ଏକ ଧର୍ମନିରପେକ୍ଷ ସାର୍ବଜନୀନ ଉତ୍ସବ। ଏହାର ଏକ ବ୍ୟାପକ ଅର୍ଥ ରହିଛି ବୋଲି କୋଲକାତା ହାଇକୋର୍ଟ କହିଛନ୍ତି। ବିୀଚାରପତି ସବ୍ୟସାଚୀ ଭଟ୍ଟାଚାର୍ଯ୍ୟଙ୍କ ଜଣିକିଆ ଖଣ୍ଡପୀଠ ଦୁର୍ଗାପୂଚା ଆୟୋଜକଙ୍କ ରଏକ ଆବେଦନ ଉପରେ ଶୁଣାଣି କରି ଏଭଳି କହିଛନ୍ତି।

ଆବେଦନରେ ରାଜ୍ୟ ସରକାରଙ୍କ ମାଲିକନାରେ ଥିବା ଜମି ଉପରେ ଦୁର୍ଗାପୂଜା ପାଇଁ ଅନୁମତି ଲୋଡା ଯାଇଥିଲା। ଏନେଇ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ ନ କରାଯିବାରୁ ଆୟୋଜକ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପ୍ରଶାସନ ସମ୍ବିଧାନର ଧରା ୨୫ ଅନ୍ତର୍ଗତ ସର୍ବସାଧାରଣ ସ୍ଥଳରେ ଧାର୍ମିକ ପାଳନ ହୋଇପାରିବ ନାହିଁ ବୋଲି କହିଥିଲେ। ତେବେ ମମାଲାର ଶୁଣାଣି କରି ଖଣ୍ଡପୀଠ ଦୁର୍ଗାପୂଜା ଏକ ସାର୍ବଜନୀନ ଊତ୍ସବ ବୋଲି କହିଛନ୍ତି। ଏନେଇ ଅନୁମତି ପ୍ରଦାନ ନ କରିବା ଠିକ ନୁହେଁ। ପ୍ରସ୍ତାବିତ ଜମିରେ ଦୁର୍ଗାପୂଜା କରିବା ପାଇଁ କୌଣସି ଅସୁବିଧା ନାହିଁ। ତେଣୁ କର୍ତ୍ତୃପକ୍ଷ ଏନେଇ ଅନୁମତି ଦେବା ଆବଶ୍ୟକ।

Share