ଏଥର ଝଲସିବନି ରାଜଧାନୀ: ଆଡ଼ମ୍ବରଶୂନ୍ୟ ହେବ ପୂଜା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସମସ୍ତ ପୂଜାପର୍ବ ଉପରେ କଟକଣା ଲାଗିଛି। ସେହିପରି ଭୁବନେଶ୍ୱରେ ଦୁର୍ଗାପୂଜା କେମିତି ହେବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ କମିଟି ସଦସ୍ୟଙ୍କ ସହ କମିଶନରେଟ ପୋଲିସର ଏହି ବୈଠକ ହୋଇଥିଲା। ଏହି ବୈଠକରେ ଚଳିତବର୍ଷ ପୂଜାମଣ୍ଡପ ତୋରଣ ଏବଂ ଆଲୋକମାଳାରେ ଝଲସିବନି ବୋଲି ନିଷ୍ପତ୍ତି ନିଆଯାଇଛି। ମୂର୍ତ୍ତିର ଉଚ୍ଚତା ୪ରୁ ୫ଫୁଟ ହେବ। ୧୦ ଜଣଙ୍କୁ ନେଇ ପୂଜା ଅନୁଷ୍ଠିତ ହେବ। ପୂଜାମଣ୍ଡପରେ ମାଇକ ବାଜିବନି। ଲୋକେ ମଣ୍ଡପକୁ ନ ଆସି ଘରେ ରହି ପୂଜା କରିବେ। ରାବଣ ପୋଡ଼ି କିମ୍ବା ଭସାଣି ଉତ୍ସବ ମଧ୍ୟ ହେବ ନାହିଁ। କେବଳ ମୂର୍ତ୍ତି ବିସର୍ଜନ କରାଯିବାକୁ ଅନୁମତି ରହିଛି। ଏହି ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ।

Share