ଅଭିନେତା ଦୁର୍ଗେଶ କୁମାରଙ୍କ ପରଲୋକ

ମୁମ୍ବାଇ:  ଅଭିନେତା ଦୁର୍ଗେଶ କୁମାରଙ୍କ ହୃଦଘାତରେ ପରଲୋକ ଘଟିଛି। ଅଭିନେତ୍ରୀ ଶେଫାଳି ଶାହଙ୍କ ସହ ଓ୍ବେବ୍‌ସିରିଜ ‘ଦିଲ୍ଲୀ କ୍ରାଇମ-୨’ରେ ଦୁର୍ଗେଶ କୁମାରଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତାଙ୍କୁ ଗତ ମାସରେ ହୃଦଘାତ ହୋଇଥିଲା, ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ସହ ସେ କୋମାରେ ଥିଲେ। ଦୀର୍ଘଦିନ କୋମାରେ ରହିବା ପରେ ତାଙ୍କର ଦେହାନ୍ତ ହୋଇଛି ବୋଲି ତାଙ୍କର ବନ୍ଧୁ ତଥା ଅଭିନେତା ସନ୍ଦୀପ ଯାଦବ ସୂଚନା ଦେଇଛନ୍ତି।

Share