Categories: ବାଣିଜ୍ୟ

ଆଜି ସରିବ ଡୁରିଆନ ସେଲ୍‌

ଭୁବନେଶ୍ୱର ୪।୯: ଦେଶର ପ୍ରମୁଖ ଫର୍ନିଚର ବ୍ରାଣ୍ଡ୍‌ ଡୁରିଆନର ବହୁ ପ୍ରତୀକ୍ଷିତ ‘ଦି ବିଗ୍‌ ଫ୍ୟାଟ ଡୁରିଆନ ସେଲ’ର ଆକର୍ଷଣୀୟ ଅଫର ଓ ରିହାତି ଅବଧି ସୋମବାର ଶେଷ ହେଉଛି। ବିଶେଷ କରି ନିକଟରେ ଶୁଭାରମ୍ଭ ହୋଇଥିବା ଏହି ସେଲ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କ ମନପସନ୍ଦର ଗୃହୋପକରଣ ଉପଲବ୍ଧ କରାଇଥିଲା। ଏପରିକି ଚଳିତ ବର୍ଷର ପାର୍ବଣ ପୂର୍ବରୁ ଏହି ମେଗା ସେଲ୍‌ ଉଭୟ ବ୍ରାଣ୍ଡ୍‌ ଓ ବ୍ୟବସାୟ ପାଇଁ ବେଶ୍‌ ଉତ୍ସାହଜନକ ରହିଥିଲା।

ଏହି ପରିପ୍ରେକ୍ଷୀରେ ଗ୍ରାହକମାନେ ଡୁରିଆନର ସମସ୍ତ ଉତ୍ପାଦ ଉପରେ ଆକର୍ଷଣୀୟ ଅଫର ସହିତ ୬୦% ପର୍ଯ୍ୟନ୍ତ ରିହାତି ସହିତ ୫ବର୍ଷର ଓ୍ବାରେଣ୍ଟି ସୁବିଧା ପାଉଛନ୍ତି। ସେହିଭଳି ଡୁରିଆନର ସମସ୍ତ ଉତ୍ପାଦ ମେଡ୍‌ ଇନ୍‌ ଇଣ୍ଡିଆ ହୋଇଥିବାବେଳେ ଗ୍ରାହକଙ୍କୁ ଗୁଣାତ୍ମକ ମାନର ପ୍ରିମିୟମ ପ୍ରଡକ୍ଟ ଯୋଗାଇ ଦିଆଯାଇଥାଏ। ଉଲ୍ଲେଖଯୋଗ୍ୟ, ଡୁରିଆନର ଏକ୍ସକ୍ଲୁସିଭ ଆଉଟଲେଟ ଭୁବନେଶ୍ୱରର ପଟିଆ ( ନନ୍ଦନକାନନ ରୋଡ ହରିୟାଣା ହ୍ୟାଣ୍ଡଲୁମ ସମ୍ମୁଖ) ଏବଂ ସାମନ୍ତରାପୁରଠାରେ ରହିଛି। ସୂଚନାଯୋଗ୍ୟ, ଡୁରିଆନର ସୋଫା, ବେଡ୍‌, ଚେୟାର, ଟେବୁଲ ସହିତ ଲିଭିଂ ରୁମ୍‌, ବେଡରୁମ୍‌ ଏବଂ ଅଫିସ ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ଫର୍ନିଚର ଉପଲବ୍ଧ।

 

Share