ବ୍ରାଇଡାଲ୍ ଲୁକ୍ରେ ଅଭିନେତ୍ରୀ ହିନା ଖାନ୍। ନାଲି ରଙ୍ଗର ଲେହେଙ୍ଗା, ହାତରେ ଚୁଡ଼ା ପିନ୍ଧି, ମେହେନ୍ଦି ଲଗାଇ କୌଣସି ପରି ଠାରୁ କମ୍ ଲାଗୁ ନାହାନ୍ତି ସେ। ଇନ୍ଷ୍ଟାଗ୍ରାମରେ ଏହି ଲୁକ୍ର ଫଟୋ ଶେୟାର କରିବା ପରେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ପ୍ରଶଂସକ। ଫଟୋ ଗୁଡ଼ିକ କୌଣସି ଫଟୋଶୁଟ୍ ସମୟର ଅଥବା ସେ ବିବାହ କରିବାକୁ ମନ ବଳାଇଛନ୍ତି ତାହା ଜଣାପଡ଼ିନାହିଁ। ହେଲେ ସେ ଖୁବ୍ ସୁନ୍ଦର ବୋହୂ ସାଜିବେ ବୋଲି ସମସ୍ତେ କହୁଛନ୍ତି।
ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରୁ ନିଜର ପରିଚୟ ସୃଷ୍ଟି କରିଥିଲେ ହିନା। ଶୋ’ ଛାଡ଼ିବା ପରେ ସେ ବିଗ୍ବସ୍ରେ ନଜର ଆସିଥିଲେ। ଏବେ ତାଙ୍କୁ ଷ୍ଟାଇଲ୍ ଆଇକନ୍ ଭାବେ ଧରାଯାଏ। ଲୋକମାନେ ତାଙ୍କ ସହ କାମ କରିବାକୁ ଅପେକ୍ଷା କରନ୍ତି। ନିଜର ବାକ୍ଚାତୁରୀ ସହ ଡ୍ରେସିଂ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ସେ ରକିଙ୍କ ପ୍ରେମରେ ପଡ଼ିଛନ୍ତି। ଏଣୁ ଖୁବ୍ଶୀଘ୍ର ବିବାହ କରନ୍ତୁ ବୋଲି ପ୍ରଶଂସକମାନେ ଚାହୁଁଛନ୍ତି। ଏବେ ସତରେ ହିନା ବିବାହ କରୁଛନ୍ତି, ନା ଏହା କେବଳ ରିଲ୍ ପାଇଁ ତାହା ଜାଣିବା ବାକି ରହିଲା।
ଏବେ କୋଭିଡ-୧୯କୁ ନେଇ ଚାରିଆଡେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଏସବୁ ମଧ୍ୟରେ ଅଭିନେତ୍ରୀ/ଅଭିନେତାମାନେ ପୁଣି ଥରେ ଶୁଟିଂ ସେଟ୍କୁ ଫେରୁଛନ୍ତି। ହିନାଙ୍କୁ ମଧ୍ୟ ଖୁବ୍ଶୀଘ୍ର ପରଦାରେ ଦେଖିବାକୁ ମିଳିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।