ପୁଣେ, ୧୪।୯: ପୁଣେର ଚକନ ଅଞ୍ଚଳରେ ହସ୍ପିଟାଲକୁ ଯୋଗାଣ ଉଦ୍ଦେଶ୍ୟରେ ରହିଥିବା ଏକ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ ଚୋରି ହୋଇଯାଇଛି। ଅଭିଯୋଗକାରୀ ଅଟୋ ମାଲିକ ହସ୍ପିଟାଲକୁ ଅକ୍ସିଜେନ ସିଲିଣ୍ଡର ଯୋଗାଣ କରିଥାନ୍ତି। ରବିବାର ରାତିରେ ସେ ତାଙ୍କ ଘର ସାମ୍ନାରେ ଅଟୋ ରଖି ବିଶ୍ରାମ ପାଇଁ ଯାଇଥିଲେ। କିନ୍ତୁ କିଛି ଘଣ୍ଟା ମଧ୍ୟରେ ଅଟୋ ଚୋରି ହୋଇଯାଇଥିବା ପୋଲିସ ନିକଟରେ ସେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଚୋରି ଅଟୋ ଓ ସିଲିଣ୍ଡର ଉଦ୍ଧାର କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। କରୋନା ମହାମାରୀ ହେତୁ ବର୍ତ୍ତମାନ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସିଲିଣ୍ଡରର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଛି। ଏଭଳି ଏକ ସଙ୍କଟଜନକ ସମୟରେ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ ଚୋରିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ଦ୍ୱାରା ଭାରତରେ ସର୍ବାଧିକ କ୍ଷତିଗସ୍ତ ହୋଇଥିବା ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଏଠାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରାଣଘାତୀ ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି।