Categories: ଜାତୀୟ

ନିର୍ବାଚନ ସମୟରେ ଲଲିପପ ଆଉ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ଆସୁଛନ୍ତି ରାହୁଲ-ପ୍ରିୟଙ୍କା: ଅନୁରାଗ ଠାକୁର…

ଭୋପାଳ,୭।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି କ୍ଷମତା ହାତେଇବା ପାଇଁ ତାଙ୍କର ମିଥ୍ୟା ପ୍ରତିଶ୍ରୁତି ବିଫଳ ହୋଇଛି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟପ୍ରଦେଶ ଗସ୍ତ ପରେ ଅନୁରାଗ ଏଭଳି ମନ୍ତବ୍ୟ ଦେଇଛନ୍ତି। ରାହୁଲ ଏବଂ ପ୍ରିୟଙ୍କା ଜନସାଧାରଣଙ୍କୁ କହିଥିଲେ ଯଦି ସେମାନଙ୍କ ଦଳ କ୍ଷମତାକୁ ଆସେ ତେବେ ସେମାନଙ୍କୁ ଅନେକ ପ୍ରତିଶ୍ରୁତି ଦିଆଯିବ।

ସେସବୁ ମଧ୍ୟରେ ମାଗଣା ଏବଂ ସବସିଡିଯୁକ୍ତ ବିଦ୍ୟୁତ, ପୁରୁଣା ପେନସନ ଯୋଜନାର କାର୍ଯ୍ୟକାରିତା, କୃଷି ଋଣ ଛାଡ, ମହିଳାମାନଙ୍କୁ ମାସକୁ ୧,୫୦୦ ଟଙ୍କା ଏବଂ ଅନ୍ୟାନ୍ୟ ଗ୍ୟାରେଣ୍ଟି ଆମେ ଘୋଷଣା କରିଛୁ। ତେବେ ଅନୁରାଗ ଠାକୁର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସର ଏହି ଗ୍ୟାରେଣ୍ଟି ବିଫଳ ହୋଇଛି। ସେସବୂ ରାଜ୍ୟରେ କଂଗ୍ରେସ ନେତା ମୁହଁ ଦେଖାଇବାକୁ ସକ୍ଷମ ନୁହଁନ୍ତି। ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ଥିଲେ, ମଧ୍ୟପ୍ରଦେଶରେ ଏକ ଅସନ୍ତୋଷ ଦେଖାଦେଇଥିଲା। କଂଗ୍ରେସ ସରକାର କୃଷି ଋଣ ଛାଡ଼ କରିବା ଏବଂ ବେରୋଜଗାର ଭତ୍ତା ଯୋଗାଇବାରେ ବିଫଳ ହୋଇଥିଲେ।

କେବଳ ନିର୍ବାଚନ ସମୟରେ ରାହୁଲ ପ୍ରିୟଙ୍କା ଲଲିପପ ଏବଂ ମିଥ୍ୟା ଗ୍ୟାରେଣ୍ଟି ଦେବାକୁ ଆସନ୍ତି। ହିମାଚଳ ପ୍ରଦେଶରେ ସେମାନେ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାସକୁ ୧,୫୦୦ ଟଙ୍କା ପଠାଇବାକୁ ଗ୍ୟାରେଣ୍ଟି ଦେଇଥିଲେ, କିନ୍ତୁ ୧୦ ମାସ ପରେ ମଧ୍ୟ ଗୋଟିଏ ଟଙ୍କା ଦିଆଯାଇ ନ ଥିଲା। ଗାଈ ଗୋବର କିଣିବା ଏବଂ ରୋଜଗାର ଯୋଗାଇବା ଭଳି ଅନ୍ୟାନ୍ୟ ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇପାରିଲା ନାହିଁ। ହିମାଚଳ ପ୍ରଦେଶ ଏବଂ କର୍ନାଟକର କଂଗ୍ରେସ ସରକାର ବିକାଶ ପାଇଁ ଅର୍ଥ ଖର୍ଚ୍ଚ ବନ୍ଦ କରି ଦେଇଛନ୍ତି। ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ ଏହା କେଉଁ ମଡେଲ? ମିଥ୍ୟା ଗ୍ୟାରେଣ୍ଟି ଦିଅ ଏବଂ କ୍ଷମତା ହାସଲ କର, ତାପରେ ଗ୍ୟାରେଣ୍ଟି ପୂରଣ କର ନାହିଁ ଏବଂ ବିକାଶ ବନ୍ଦ କରାଯାଏ। ରାହୁଲ ଗାନ୍ଧୀଙ୍କ ଏହି ମଡେଲ ବିଫଳ ହୋଇଛି।

Share