ବନ୍ୟା ବେଳେ ଦୁର୍ବଳ ହେଉଛି ନଦୀବନ୍ଧ କାମ

ମହାକାଳପଡ଼ା,୫ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ହେଉଥିବା ମହାନଦୀ, ଲୁଣା ଓ ପାଇକା ନଦୀରେ ଜଳସ୍ଥର ଶୁକ୍ରବାର ସା ସୁଦ୍ଧା ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ଜଳ ଘେରରେ ବ୍ଲକର ତିଖିରି, ଅମେଇପାଳ, ଖୁରୁସିଆ, ପାଟୁଳି ପଙ୍କ, ରୋମିତ ଆଦି ପଞ୍ଚାୟତର ତଳିଆ ଅଞ୍ଚଳରେ ଗଁା ଗଣ୍ଡାରେ ପାଣି ପଶିଥିବା ଦେଖିବାକୁ ମିଳୁଛି। ସେହିପରି ପାଟଳୀପଙ୍କ ଗଁାର ତଳ ପଡ଼ା ବୀରକିଶୋର ବେହେରାଙ୍କ ଘର ସମ୍ମୁଖ ବନ୍ଧରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ବହ୍ଲା ଓ ବାଲି ବସ୍ତା ପକାଇ ଫାଟ ସୃଷ୍ଟି ହୋଇଥିବା ବନ୍ଧ କରିବାକୁ ଉଦ୍ୟମ ଚାଲିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ମହାନଦୀରେ ବନ୍ୟା ଆସିବା ଫଳରେ ଦୁର୍ବଳ ବନ୍ଧରେ ବାଲି ବସ୍ତା ପକାଇ ନଦୀ ବନ୍ଧକୁ ସୁରକ୍ଷା ଦେବା ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କଲେଣି।
ସୂଚନାଯୋଗ୍ୟ, ବ୍ଲକର ଲୁଣା ନଦୀ ଘେରି ବନ୍ଧ ଗୋପାଳପୁର-ଆଖଡ଼ାଶାଳୀ ୭ କିମି ଲମ୍ବର ନଦୀ ତଟବନ୍ଧ ବିଭାଗ ପକ୍ଷରୁ ଅର୍ଥ ବ୍ୟୟରେ ରାସ୍ତା ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟ ଚଳିତ ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଥିଲେ ମଧ୍ୟ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ବନ୍ୟା ପୂର୍ବରୁ ନିର୍ମାଣ କାର୍ଯ୍ୟ ସରିଲା ନାହିଁ। ବନ୍ୟା ସମୟରେ ଓଭର ଲୋଡ଼ିଂ, ଭାରିଯାନରେ ମାଲ ନେଇ ତରବରିଆ ଭାବେ ଖେଳା ହେଉଥିବ ନଜର ଆସିଛି। ତେବେ ଏହି ଲୁଣା ନଦୀ ଘେରି ବନ୍ଧ ୧୩ ଗଁା ଘାଟ ନିକଟରେ ବନ୍ଧ ପାର୍ଶ୍ୱରୁ ମାଟି ତାଡ଼ି ରାସ୍ତା କାମ କରାଯାଉଛି। ବିଭାଗୀୟ ଅଧିକାରୀଙ୍କ କିପରି ନଜରକୁ ଆସିଲା ନାହିଁ। ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନୟ ଚଳିତ ବନ୍ୟାରେ ଉକ୍ତ ସ୍ଥାନ ଲୁଚାଇବାକୁ ଯାଇ ବାଲି ଓ ଡଷ୍ଟ ବସ୍ତା ପକାଇ କାମ ସାରି ଦେଇଛନ୍ତି। ସ୍ଥାନୀୟ ଲୋକମାନେ କହିବ କଥା ଲୁଣା ନଦୀର ଘେରି ବନ୍ଧ ଭାଗ୍ୟ ଏଣେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ହାତରେ ବୋଲି ଚର୍ଚ୍ଚ ହେଉଛି। ତାଳି ପକା କାମ ଘେରି ବନ୍ଧକୁ ସୁରକ୍ଷା ଦେଇ ପାରିବ ବୋଲି ଅଞ୍ଚଳର ଚାଷୀମାନେ କହିଛନ୍ତି।
ଏ ସମ୍ପର୍କରେ ଆଳି ସ୍ଥିତ ନଦୀ ତଟବନ୍ଧ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ କୁମାର ଦାଶଙ୍କୁ ପଚାରିବାରେ ଗୋପାଳପୁର-ଆଖଡ଼ାଶାଳୀ ନଦୀବନ୍ଧ ପାର୍ଶ୍ୱରୁ ମାଟି ତାଡ଼ି ରାସ୍ତାରେ ବିଛାଇବା ଅଭିଯୋଗ ମିଳିଛି। ବନ୍ୟା ମୁକାବିଲା ପାଇଁ ବିଭାଗ ସମ୍ପୂର୍ଣ୍ଣ ତତ୍ପର ରହିଛି। ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଚଳିତ ମହାନଦୀର ବନ୍ୟା ସ୍ରୋତରେ ଗଡ଼ରୋମିତ ଗଁାର ମତ୍ସ୍ୟଜିବୀ ସୁରଥ ମାଝି ଗୁରୁବାର ସାରେ ମହାନଦୀରେ ମାଛ ମାରିବାକୁ ଯାଇଥିବା ବେଳେ ବନ୍ୟାର ପ୍ରଖର ସ୍ରୋତରେ ଡଙ୍ଗା ସହ ଭାସି ଯାଇଥିଲେ। ଶୁକ୍ରବାର ସକାଳେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଓଡ୍ରାଫ୍‌ ଟିମ୍‌ଙ୍କ ମହାକାଳପଡ଼ା ଅଗ୍ନିଶମ ବିଭାଗ ଟିମ ଦୀର୍ଘ ୧୦ ଘଣ୍ଟା ପରିଶ୍ରମ ପରେ ମହାନଦୀ ମୁହାଣ ମୁହଁରୁ ଉଦ୍ଧାର ହୋଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।