ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଯୋଗାଣ ରାଷ୍ଟ୍ରମନ୍ତ୍ରୀ

କୋରାପୁଟ,୬।୧୧(ସ୍ବ.ପ୍ର.): କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଯୋଗାଣ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଶନିବାର ଦିନିକିଆ କୋରାପୁଟ ଗସ୍ତରେ ଯାଇଛନ୍ତି। ସେଠାରେ ସେ ପହଞ୍ଚି ଆଦିବାସୀଙ୍କ ବିକାଶ ନେଇ ସ୍ଥାନୀୟ ବିଭାଗୀୟ ଅଧକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜିଲାରେ ଏକଲବ୍ୟ ବିଦ୍ୟାଳୟ ଉପରେ ଆଲୋଚନା କରିଛନ୍ତି । ଜିଲାରେ ସମସ୍ତ ଅଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ଜଳଯୋଗାଣ ନେଇ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଥିବା ସେ କହିଛନ୍ତି । ଏହି ଅବସରରେ ଭାଜପା ଜିଲା ସଭାପତି ସୁମନ୍ତ ପ୍ରଧାନ, ବଳଭଦ୍ର ମାଝି, ଜୟରାମ ପାଙ୍ଗି ସମେତ ବହୁ ନେତା କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share