କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ

ବଡ଼ବିଲ,୨୪।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଗସ୍ତରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଅନୁ ଗର୍ଗ ଯାଇଛନ୍ତିି। ସକାଳେ ଚମ୍ପୁଆ, ଚିମଳାଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ନିର୍ମାଣାଧୀନ କାନୁପୁର ଡ୍ୟାମ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।
ସେହିପରି ଯୋଡ଼ା ବ୍ଲକ ଅନ୍ତର୍ଗତ କାନୁପୁର ଠାରେ ୨ ହଜାର ୪୩୮ କୋଟି ଟଙ୍କାର ବ୍ୟୟରେ ନିର୍ମାଣ କରାଯାଉଥିବା କାନୁପୁର ବୃହତ ଜଳସେଚନ ପ୍ରକଳ୍ପ ସ୍ଥାନକୁ ଯାଇ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲାର ୪ଟି ବ୍ଲକର ୪୦ହଜାର ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ।

Share