ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖ ପାଖ ଅଞ୍ଚଳ ମହାଶିବରାତ୍ର ଅବସରରେ ଉତ୍ସବମୁଖର ହୋଇଉଠିଥିବା ପରିଲକ୍ଷିତ ହୋଇଛି l ଗଞ୍ଜାମ ବ୍ଲକର ବଟେଶ୍ଵର, ଅଳେଶ୍ବର, ଝଡ଼େଶ୍ଵର, ମକରେଶ୍ଵର, ବାଲି ଲୋକନାଥ ରେମେଶ୍ଵର ପ୍ରମୁଖ ଶୈବପୀଠ ସେହିପରି ସହରାଞ୍ଚଳ ରେ ବିଜେ କାଶୀ ବିଶ୍ୱନାଥ, ଖଣ୍ଡେଶ୍ଵର, ରାମେଶ୍ଵର, ଆଖଣ୍ଡଳମଣି ପ୍ରମୁଖ ଶୈଠପିଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା l
ଶ୍ରଦ୍ଧାଳୁମାନେ ଅଷ୍ଟଶମ୍ଭୁ ଦର୍ଶନ କରିବା ପାଇଁ ବିଭିନ୍ନ ଶୈବପୀଠ ଭ୍ରମଣ କରିଥିଲେ l ଦେଵଦେବ ମହାଦେବଙ୍କ ଲିଙ୍ଗରେ ଜଳାଭିଶେଖ କରି ପୁଣ୍ୟ ଅର୍ଜନ ପାଇଁ କାଉଡ଼ିଆ ମାନେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ ଜଳ ଭାର ନେଇ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଥିବା ଲକ୍ଷ କରାଯାଇଥିଲା l ବିଭିନ୍ନ ଶୈବ ପୀଠ ମାନଙ୍କରେ ଅଷ୍ଟ ପ୍ରହର ନାମଯଂଜ୍ଞ ଓ଼ ରାତ୍ର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା l ମନ୍ଦିର ପୂଜକଙ୍କ ମୁଖ ନିଃସୃତ ଦେବମନ୍ତ୍ର ଧ୍ୱନି ରେ ମନ୍ଦିର ପରିବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l