Categories: ଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ସମୟରେ, ସେପଟେ ଶ୍ରଦ୍ଧାଳୁଙ୍କ ବସ ଉପରେ ଆତଙ୍କବାଦୀ ଆକ୍ରମଣ: ୧୦ ମୃତ

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଦିଲ୍ଲୀରେ ଚାଲିଥିବାବେଳେ ଜମ୍ମୁରେ ମାତା ବୈଷ୍ଣୋ ଦେବୀ ଦର୍ଶନ ପାଇଁ ଯାଉଥିବା ଯାତ୍ରୀବାହୀ ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ଖବର ରହିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ଭକ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥି ସହ ଆତଙ୍କବାଦୀଙ୍କ ସନ୍ଧାନରେ ଭାରତୀୟ ସେନା, ସିଆରପିଏଫ, ଜମ୍ମୁ କଶ୍ମୀର ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ସୂଚନାନୁସାରେ, ଏହି ଆତଙ୍କବାଦୀ ଘଟଣା ଜମ୍ମୁ କାଶ୍ମୀରର ନିଛାଟିଆ ଅଞ୍ଚଳରେ ଘଟିଛି। ଶିବଖୋଦୀ ମନ୍ଦିରରେ ଦର୍ଶନ ପରେ ଭକ୍ତମାନେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବସ ଯୋଗେ କଟ୍ରା ଯାଉଥିଲେ। ବସ ଜଙ୍ଗଲ ଅଞ୍ଚଳରେ ପହଞ୍ଚିବା ମାତ୍ରେ ଆମ୍ବୁସରେ ବସିଥିବା ଆତଙ୍କବାଦୀମାନେ ବସ ଉପରେ ଶୀଘ୍ର ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଭୟଭୀତ ହୋଇ ବସ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସଟି ଖାଲରେ ପଡ଼ିଯାଇଥିଲା। କୁହାଯାଉଛି ଯେ ବସରେ ପ୍ରାୟ ୫୦ ଭକ୍ତ ଥିଲେ।

Share