ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ, ସର୍ଚ୍ଚ ଅପରେଶନ ଜାରି

ଦାରିଙ୍ଗବାଡ଼ି,୧।୭ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପୋଲିସକୁ ପୁଣି ଏକ ବଡ଼ ସଫକତା ମିଳିଛି। ଜଙ୍ଗଲରେ ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବି ବେହେରା କହିଛନ୍ତି। ହେଲେ ପୋଲିସ ଘଟଣାରେ ସମ୍ପୃକ୍ତ କାହାରିକୁ ଗିରଫ କରିପାରି ନାହିଁ। ଅନ୍ୟପକ୍ଷେ ଜଙ୍ଗଲରେ ସର୍ଚ୍ଚ ଅପରେଶନକୁ ଜୋରଦାର କରିବା ସହ ତଦନ୍ତ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ତାଜୁଙ୍ଗିଆ ପଞ୍ଚାୟତର ବାହମାହା ଜଙ୍ଗଲରେ ପାଟ୍ରୋଲିଂ ଚାଲିଥିବା ବେଳେ ପୋଲିସ ଗଞ୍ଜେଇ ଭର୍ତ୍ତି ବସ୍ତାଗୁଡିକ ଲୁଚାଇ ରଖିଥିବା ଦେଖିବାକୁ ପାଇଥିଲା। କେହି ଦୁର୍ବୃତ୍ତ ଗଞ୍ଜେଇ ଅମଳ କରିବା ପରେ ବିକ୍ରି ପାଇଁ ଲୁଚାଇ ରଖାଯାଇଥିବା ପୋଲିସ ସନ୍ଦେହ କରୁଛି। ଏନେଇ ପୋଲିସ ଏକ ମାମଲା (ନଂ.୮୧/୨୪ )ରୁଜୁ କରି ତଦନ୍ତ କରାଯାଉଥିବା ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ: ହାଇକୋର୍ଟ

କଟକ,୩ା୭ (କାର୍ତ୍ତିକ ସାହୁ): ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରିକି ବ୍ୟବସାୟିକ ଉଦ୍ଦେଶ୍ୟରେ...

ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଲା ମୃତଦେହ

ଚିତ୍ରକୋଣ୍ଡା,୩ା୭(କ୍ଷୀରୋଦ ବେହେରା): ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଛି ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟନେଲକ୍ୟାମ୍ପ...

ପାନୀୟଜଳ ସମସ୍ୟା ଦୂରହେବା ଆଶା ଉଜ୍ଜୀବିତ

କେସିଙ୍ଗା,୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ପରଲସିଙ୍ଗା ଗ୍ରାମ ପଞ୍ଚାୟତବାସୀ ପାନୀୟଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାରମ୍ବାର ଆପତ୍ତି ଅଭିଯୋଗ ପରେ...

ଟ୍ରେଲର ପଛରେ ପିଟିହେଲା କାର୍‌: ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଗୋପାଳପୁର,୩ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭରବ୍ରିଜ୍‌ ନିକଟରେ ବୁଧବାର ଅପରାହ୍ନରେ ଟ୍ରେଲର ପଛରେ...

ପୁଣି ମାତିଲେ ଦନ୍ତା ହାତୀ: ଘର ଭାଙ୍ଗିବା ସହ ବ୍ୟାପକ ଫସଲ କଲେ ନଷ୍ଟ, ଲୋକେ ଆତଙ୍କିତ

ବାଲିଗୁଡା,୩।୭(ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘ ଦିନ ଧରି ହାତୀପଲ ଘୁମୁସର ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସସନରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ୨୫ ଟିକିଆ...

ଅବକାରୀ ଚଢ଼ାଉ, ୩ ଗିରଫ

ମୋରଡ଼ା,୩ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନିଜଣଙ୍କୁ ଗିରଫ କରିଛି। ଅବକାରୀ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ...

ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ପରଲୋକ

ମାଲକାନଗିରି,୩ା୭: ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବୁଧବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ...

ବର୍ଷା ଦିନରେ ଚାଲିଛି ଡ୍ରେନ କାମ: ଟ୍ରାଫିକ ପୋଲିସ ନୟାନ୍ତ

କେନ୍ଦୁଝର,୩।୭:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି। ତ୍ରୁଟିପୂର୍ଣ୍ଣ ଡ୍ରେନ ପାଇଁ ସହରବାସୀ ହିନସ୍ତା ହୋଇ ଆସୁଛନ୍ତି। ଫଳରେ ବହୁ ଅର୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri