ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ନେଟ୍ ଲାଭ ୩୬% ବୃଦ୍ଧି ଘଟିଛି। ଏହି ସମୟରେ ବ୍ୟାଙ୍କ ୨୫୯୯ କୋଟି ଟଙ୍କା ଲାଭ ହାସଲ କରିଥିବା ଶନିବାର ରେଗୁଲେଟୋରି ଫାଇଲିଂରେ ସୂଚନା ଦେଇଛି। ଏହି ସମୟରେ ବ୍ୟାଙ୍କର ପରିଚାଳନାଗତ ଆୟ ୨୬,୦୬୬ କୋଟି ଟଙ୍କା ରହିଛି। ଏହା ଗତ ବର୍ଷ ତୁଳନାରେ ୨୧.୭୮% ବଢ଼ିଛି। ବ୍ୟାଙ୍କର ପ୍ରଭୋଜନ କମିଥିବା ବେଳେ ଆସେଟ କ୍ୱାଲିଟିରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଥିବା ଜଣାପଡିଛି। ଏହି ସମୟରେ ମୋଟ ସୁଧ ଜନିତ ଆୟ ୧୯,୯୨୪ କୋଟି ଟଙ୍କା ରହିଥିବା ବେଳେ ଏଥିରେ ୧୦.୮୧% ବୃଦ୍ଧି ଘଟିଛି। ସେହିଭଳି ନେଟ୍ ସୁଧ ଜନିତ ଆୟ ମଧ୍ୟ ବଢ଼ିଛି। ଏହାର ଏନ୍ପିଏ ୫.୪୬%କୁ ହ୍ରାସ ଘଟିଥିବା ଜଣାପଡିଛି।