ଛତ୍ରପୁର, ୨୮।୫(ଡିଏନଏ): ସାରା ଦେଶରେ ମହାମାରୀ କରୋନା ସମସ୍ତଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ବିଶେଷକରି ଅସହାୟ ଓ ଖଟିକିଆମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ବିଭୂତି ଭୂଷଣ ସ୍ବାଇଁଙ୍କ ଦ୍ୱାରା ଅସହାୟ ଲୋକଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି। ହୁମର ଗ୍ରାମର ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ପଞ୍ଚାୟତର ୩୦ଜଣ ଅସହାୟ ଲୋକଙ୍କୁ ରାଶନ ସାମଗ୍ରୀ ବଣ୍ଟନ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।