ନିର୍ବାଚନ ବେଳେ ଭଲ ରୋଜଗାର ଦେଉଛି ଢାବା

ନୟାଗଡ଼,୨।୬ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ନକଲି ଦେଶୀ ଓ ବିଦେଶୀ ମଦର ଅବାଧ କାରବାର ଚାଲିଛି। ଗଁା ଓ ସହରର ଗଳିକନ୍ଦିରେ ପାଣି ପାଉଚ୍‌ ପରି ମଦ ମିଳୁଛି। ଜିଲାର ବିଭିନ୍ନ ଢ଼ାବାଗୁଡିକରେ ମଦର ଅବାଧ କାରବାର ଚାଲିଛି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରଠାରୁ ବର୍ତ୍ତମାନ ସୁଦ୍ଧା ଢାବାଗୁଡିକ ଭଲ ମଦ ବ୍ୟବସାୟ କରୁଛନ୍ତି ବୋଲି ଅଭିଯୋଗ ରହିଛି। ରଣପୁର ବିଧାନସଭା ନିର୍ବାଚନ ପୂର୍ବରୁ ରଣପୁର ବ୍ଲକ ଚାନ୍ଦପୁର ଥାନା ଚମ୍ପାଗଡ଼ ରୟାଲ ଢ଼ାବାରୁ ୨୦୦ ପେଟି ଦେଶୀ ମଦ ପାଉଚ ଜବତ ଘଟଣା ଏହାକୁ ପ୍ରମାଣିତ କରୁଛି। ଚାନ୍ଦପୁର ଥାନା ପାଖ ଢ଼ାବାରେ ମଦ ବିକ୍ରି ହେଉଥିବାବେଳେ ପୋଲିସ ଓ ଅବକାରୀ ବିଭାଗ ନୀରବ ରହିଥିଲା ବେଳେ ନିର୍ବାଚନୀ ସ୍କ୍ବାଡ୍‌ ଧରି ଢ଼ାବାରେ ମଦ କାରବାରର ଗୁମର ଖୋଲିଥିଲା। ମଦ ଜବତ ପରେ ସମ୍ପୃକ୍ତ ସ୍କ୍ବାଡ୍‌ର ମୁଖ୍ୟଙ୍କୁ ପ୍ରଶାସନ ତରବରିଆ ଭାବେ ହଟେଇ ଦେଇଥିଲେ। ରୟାଲ ଢ଼ାବାର ମଦ କାରବାରକୁ ଅନୁଧ୍ୟାନ କଲେ ପୋଲିସ ଓ ଅବକାରୀ ବିଭାଗର ଲୋକ ଦେଖାଣିଆ ଧରପଗଡ ଓ ଚଢ଼ାଉ ସ୍ପଷ୍ଟ ହୋଇଯାଉଛି। ଏଣୁ ଜିଲାରେ ନକଲି ଦେଶୀ ଓ ବିଦେଶୀ ମଦର ଅବାଧ କାରବାର ରୋକି ହେଉନି ବୋଲି ଅଭିଯୋଗ ବଢ଼ିବାରେ ଲାଗିଛି। ଅପରପକ୍ଷେ ଗୋଡିପଡା ଫାଣ୍ଡି ସମ୍ମୁଖରେ ମଦ ବିକ୍ରି ହେଉଛି। ମାଳିସାହି ଫାଣ୍ଡି କ୍ରୀି..ଦାଶପୁର ପଞ୍ଚାୟତ, ବାଲୁଗଁାରେ ଦେଶୀ ଓ ବିଦେଶୀ କାରବାର ବଢ଼ୁଛି। ରାଜସୁନାଖଳାରେ ସରକାରୀ ମଦ କାଉଣ୍ଟର ବାର ହୋଇଛି। ଜିଲାରେ ବ୍ରାଉନସୁଗାର କାରବାର ବଢ଼ିବା ପରେ ମଦ କାରବାର ଉପରେ ଆଉ ନଜର ରହୁନି। ସରକାରୀ କାଉଣ୍ଟରଗୁଡିକରେ ମଧ୍ୟ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଛି। ନିକଟରେ ଗଣିଆ ବ୍ଲ୍ଳକ ଅଞ୍ଚଳରେ ସରକାରୀ ମଦ ଦୋକାନରୁ ନକଲି ମଦ ଜବତ ହୋଇଥିଲା।

ରାଜା ବଗିଚାରେ ବେଆଇନ ମଦ କାଉଣ୍ଟର
ନୟାଗଡ଼ ଜିଲା ସଦର ମହକୁମାର ରାଜବଗିଚା ବରଗଛମୂଳେ ଏକ କ୍ୟାବିନରେ ବେଆଇନ ଭାବେ ଦେଶୀ ମଦ ବିକ୍ରି ହୋଇ ଆସୁଛି। ୧୬ରୁ ଊର୍ଦ୍ଧ୍ୱ ବର୍ଷ ହେଲା ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ବେଆଇନ ମଦ କାରବାର ହୋଇ ଆସୁଥିବାବେଳେ ପୋଲିସ ଓ ଅବକରୀ ବିଭାଗର ଚଢ଼ାଉ ନାହିଁ। ଖବରକାଗଜରେ ମଦ କାରବାର ନେଇ ଖବର ପ୍ରକାଶ ପାଇଲେ ଲୋକ ଦେଖାଣିଆ ଚଢ଼ାଉ କରାଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା କହି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

୫୩୫ ଲିଟର ମଦ ଜବତ କରି ପୋଲିସର ବାହାବା
ନୟାଗଡ଼ ପୋଲିସ ଜିଲାରେ ବିଭିନ୍ନ ଥାନା ଓ ଫାଣ୍ଡି ପକ୍ଷରୁ ସ୍ବତନ୍ତ୍ର ଅବକାରୀ ଅଭିଯାନ କରାଯାଇ ୨୫ଟି ମାମଲା ରୁଜୁ ସହ ୧୨ ଜଣ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ୧୩ ଅଭିଯୁକ୍ତଙ୍କୁ ୪୧ ନୋଟିସ୍‌ କରାଯାଇଛି। ସେହିପରି ୫୩୫ ଲିଟର ମଦ ଜବତ କରି ପୋଲିସ ବାବହା ନେଇଛି। ପୋଲିସ ଧରପଗଡ କରି ବାହାବା ନେଉ ତେବେ ଜିଲାରେ ଚାଲିଥିବା ମଦର କାରବାରକୁ ରୋକିବାରେ ପୋଲିସ ଅସମର୍ଥ ହେଉଥିବାରୁ ଜିଲାସାରା ଅସନ୍ତୋଷ ପ୍ରକାଶ ପାଉଛି। ଫତେଗଡ ଥାନା ପୋଲିସ ୨ଟି ମାମଲା କରିଥିବାବେଳେ ୨ଜଣଙ୍କୁ ଗିରଫ କରି ୮୫ ଲିଟର ମଦ ଜବତ କରିଛି। ସେହିପରି ଖଣ୍ଡପଡ଼ା ଥାନା ପୋଲିସ ଗୋଟିଏ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରି ୬୦ ଲିଟର ମଦ ଜବତ କରିଥିବାବେଳେ ରଣପୁର ଥାନା ପୋଲିସ ୩ଟି ମାମଲା ରୁଜୁ କରି ଜଣଙ୍କୁ ଗିରଫ ସହ ଅନ୍ୟ ଜଣଙ୍କୁ ନୋଟିସ୍‌ ଦେଇ ୫୫ ଲିଟର ମଦ ଜବତ କରିଛି। ଏହିପରି ବାଣିଗୋଛା ଥାନା ଅଞ୍ଚଳରୁ ୫୨ ଲିଟର, ନୟାଗଡ଼ ଟାଉନ ଥାନା ୪୮ ଲିଟର, ଗଣିଆ ଥାନା ୪୮ ଲିଟର, ଶରଣକୁଳ ଥାନା ୨୨ ଲିଟର, ଓଡ଼ଗଁା ଥାନା ୪୦ ଲିଟର, ନୟାଗଡ ସଦର ଥାନା ୧୮ ଲିଟର, ଇଟାମାଟି ଥାନା ୨୪ ଲିଟର, ନୂଆଗଁା ଥାନା ୩୫ ଲିଟର, ଦଶପଲ୍ଲା ଥାନା ୩୫ ଲିଟର, ଚାନ୍ଦପୁର ଥାନା ଅଞ୍ଚଳରୁ ୧୪ ଲିଟର ମଦ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଘଟଣା ପରେ ଇସଲାମ ଧର୍ମ ଛାଡିଲେ ଶିକ୍ଷକ, କହିଲେ କେବଳ ମଣିଷ ଭାବେ ବଞ୍ଚିବାକୁ ଚାହୁଁଛି

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ହମଲା ପରେ ପଶ୍ଚିମବଙ୍ଗର ଶିକ୍ଷକ ଇସଲାମ ତ୍ୟାଗ କରିଛନ୍ତି। ପଶ୍ଚିମବଙ୍ଗର ବାଦୁରିଆର ଜଣେ ଶିକ୍ଷକ ସାବିର ହୁସେନ ଜମ୍ମୁ ଓ କଶ୍ମୀରର...

କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ ବରିଷ୍ଠ IPS ଅଫିସର; ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର,୨୬।୪: କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍‌ ଅଫିସର। ବିଏସ୍‌ଏଫ୍‌ ଆଇଜି ଭାବେ ଆଇପିଏସ୍‌ ରବିକାନ୍ତ ଡେପୁଟେଶନରେ ଯିବେ। ସେହିଭଳି ଆଇପିଏସ୍‌ ଅଫିସର...

ଧମକ ଦେଉ ଦେଉ ପଛକୁ ହଟିଗଲା ପାକିସ୍ତାନ! ଶହବାଜ ସରିଫ କହିଲେ ପହଲଗାମ ଆକ୍ରମଣର ଯାଞ୍ଚ ପାଇଁ PAK ପ୍ରସ୍ତୁତ

ଇସଲାମାବାଦ,୨୬।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଶନିବାର (୨୬ ଏପ୍ରିଲ) କହିଛନ୍ତି ଯେ କଶ୍ମୀରର ପହଲଗାମରେ ୨୬ ଜଣଙ୍କ ହତ୍ୟା ଘଟଣାର ଯେକୌଣସି ‘ନିରପେକ୍ଷ ଏବଂ...

ପାକିସ୍ତାନ ଦେଲା ଏତେବଡ଼ ଧମକ, ବେକ କାଟିଦେବୁ…

ଇସଲାମବାଦ,୨୬।୪: ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଖାଇ ଭାରତୀୟଙ୍କ ବେକ କାଟିଦେବାକୁ ଧମକ । ଲଣ୍ଡନ...

Tahawwur Rana: ଚମକାଇ ଦେଉଛି ତହଉର ରାଣାଙ୍କ ବୟାନ, କହିଲେ ୨୬/୧୧ ସହ ମୋର କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ,୨୬।୪: ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ଜଣାଶୁଣା ତହଉର ହୁସେନ ରାଣା ମୁମ୍ବାଇ କ୍ରାଇମବ୍ରାଞ୍ଚ ଦ୍ୱାରା ପଚରାଉଚରା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।...

ପୁଷ୍ପାଳନ ସେବକଙ୍କୁ ଚେତାବନୀ: ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ହେବେ ବାସନ୍ଦ

ପୁରୀ,୨୬।୪: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ...

ଧମକ ଦେବା ପରେ ବାଟକୁ ଆସିଗଲା ପାକିସ୍ତାନ! ଶେହବାଜ କହିଲେ…

ଇସଲାମବାଦ,୨୬।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶନିବାର କହିଛନ୍ତି ଯେ, କଶ୍ମୀରର ପହଲଗାମରେ ୨୬ ଜଣଙ୍କ ହତ୍ୟା ଘଟଣାର ଯେକୌଣସି “ନିରପେକ୍ଷ ଏବଂ ସ୍ବଚ୍ଛ” ତଦନ୍ତରେ...

ବେଆଇନ ବାଲି ଚାଲାଣ: ବନ ବିଭାଗର ଚଢାଉ, ୨ ହାଇୱା, ଟ୍ରାକ୍ଟର ଜବତ

ପାଟଣା,୨୬୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ଡୁମୁରିଆ ଘାଟରୁ ଶନିବାର ସକାଳୁ ବେଆଇନ ଭାବେ ଚୋରାବାଲି ଉତ୍ତୋଳନ କରି ଚାଲାଣ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image