ଲାଇଭ୍‌ ଶୋ’ରେ ବିଧା, ଗୋଇଠା ମରାମରି, ଭିଡିଓ ଦେଖିଲେ…

ଇସଲାମାବାଦ,୨୯ା୯: ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌ଏନ୍‌)ର ଜଣେ ନେତା ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ସହ ଜଡ଼ିତ ଜଣେ ବିଶିଷ୍ଟ ବ୍ୟକ୍ତି ଲାଇଭ୍‌ ଶୋ’ରେ ଧକ୍କା ଦେବା ପରେ ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲର ଏକ ଟିଭି ଷ୍ଟୁଡିଓ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ବିତର୍କ ଶୋ’ରେ ମାଡ଼ପିଟ୍‌ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ଇମ୍ରାନ ଖାନ୍‌ଙ୍କ ଓକିଲ ଶେର୍‌ ଆଫ୍‌ଜଲ୍‌ ଖାନ୍‌ ମାରଓ୍ବାଟ ଏବଂ ପିଏମ୍‌ଏଲ୍‌-ଏନ୍‌ ସିନେଟର ଆଫନାନ ଉଲ୍ଲା ଖାନ୍‌ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏକ୍ସପ୍ରେସ ଟିଭିରେ ପାକିସ୍ତାନର ଲୋକପ୍ରିୟ ଟିଭି ହୋଷ୍ଟ ଜାଭେଦ ଚୌଧୁରୀଙ୍କ ଦ୍ୱାରା ଆୟୋଜିତ ‘କାଲ ତକ’ ଶୋ’ରେ ରାଜନୈତିକ ପ୍ରସଙ୍ଗରେ ବିବାଦ ଲାଗି ରହିଥିଲା।

ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ପରେ ପିଟିଆଇର ଶେର୍‌ ଆଫଜଲ ଖାନ୍‌ ମାରଓ୍ବାଟ ଏବଂ ପିଏମ୍‌ଏଲ୍‌-ଏନର ଆଫନାନ ଉଲ୍ଲା ଖାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା।

Share