ନୂଆଦିଲ୍ଲୀ,୧୮।୧୨: ପଡ଼ିଆରେ ଫୁଟ୍ବଲ୍ ମ୍ୟାଚ୍ ଚାଲିଥିବାବେଳେ ଏକ ଅଘଟଣ ଘଟିଛି। ହୃଦଘାତ କାରଣରୁ ଲୁଟନ ଟାଉନ୍ କ୍ଲବ ଅଧିନାୟକ ଟମ ଲକିୟର ପଡ଼ିଆରେ ହୃଦ୍ଘାତ ଆସିଥିଲା। ଏହି କାରଣରୁ ବୋର୍ନମାଉଥରେ ଖେଳାଯାଇଥିବା ଇଂରାଜୀ ପ୍ରିମିୟର ଲିଗ (ଇପିଏଲ) ଫୁଟବଲ ମ୍ୟାଚ ରଦ୍ଦ କରାଯାଇଥିଲା। ତାଙ୍କ କ୍ଲବ ଏହି ସୂଚନା ଦେଇଛି। କ୍ଲବ ଅନୁଯାୟୀ, ୨୯ ବର୍ଷିୟ ଲକିୟରଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ତାଙ୍କୁ ଆଉ କିଛି ଟେଷ୍ଟ ହେବାକୁ ବାକି ଅଛି।
ଲୁଟନ ଟାଉନ୍ କ୍ଲବ ଖେଳାଳି ଏବଂ କର୍ମଚାରୀ ଏବଂ ସମର୍ଥକଙ୍କୁ ଲକିୟର ଏବଂ ତାଙ୍କ ପରିବାରର ସମର୍ଥନରେ ଏକାଠି ହେବାକୁ ଆହ୍ବାନ ଦେଇଥିଲେ। ତେବେ ଏହି ମ୍ୟାଚ ୬୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ପରେ ଏହାକୁ ବାତିଲ କରିବାକୁ ପଡିଥିଲା। ବର୍ତ୍ତମାନ ଏହି ମ୍ୟାଚ ଆରମ୍ଭରୁ ପୁଣି ଖେଳାଯିବ।