Categories: ଜାତୀୟ

ପାଟ୍ରୋଲିଂ ବେଳେ ଭାରତ-ପାକିସ୍ତାନ ସୀମାରୁ ଠାବ ହେଲା ସୁଡଙ୍ଗ

ଜମ୍ମୁ,୨୯।୮-ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରୁ ଠାବ ହୋଇଛି ଏକ ସୁଡଙ୍ଗ। ଜମ୍ମୁର ସାମ୍ବା ସେକ୍ଟର ନିକଟରୁ ଏହି ସୁଡଙ୍ଗକୁ ବିଏସଏଫ ଯବାନମାନେ ଠାବ କରିଛନ୍ତି। ପାଟ୍ରୋଲିଂ ଚାଲିଥିବାବେଳେ ଯୁବାନମାନେ ସୀମାଠାରୁ ମାତ୍ର ୫୦ ମିଟର ଦୂରରେ ଏହାକୁ ଠାବ କରିଥିବା ଶନିବାର ବିଏସଏଫ ଡିଜି ରାକେଶ ଆସ୍ଥାନା ପ୍ରକାଶ କରିଛନ୍ତି। ଏହାପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସୁଡଙ୍ଗ ନିକଟରୁ ପ୍ଲାସ୍ତିକ ବାଲି ବସ୍ତା ମିଳିଛି। ଯେଉଁଥିରେ ପାକିସ୍ତାନୀ ଚିହ୍ନ ରହିଛି। ଏହାପରେ ଉକ୍ତ ଅଞ୍ଚଳକୁ କଡନ କରି ଖାନତଲାସି ଜାରି ରହିଛି।

Share