ରାଉରକେଲା ଅଫିସ,୧୪।୪: ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ବୁଚାହଣ୍ଡା ଗ୍ରାମରେ ବିଦ୍ୟୁତ୍ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅମ୍ରିତ ଇକା(୨୩)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୭।୨୩) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ଶୁକ୍ରବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୂଚନାଯୋଗ୍ୟ, ବୁଚାହଣ୍ଡା ଗ୍ରାମର ଅମ୍ରିତ ଘରେ କୁଲର ମରାମତି କରୁଥିଲେ। ସେତିକି ବେଳେ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅଚେତ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆର୍ଜିଏଚ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।