ଛତ୍ରପୁର,୨୨ା୭(ଡି.ଏନ୍.ଏ.)- ଛତ୍ରପୁର ହସ୍ପିଟାଲ ନିକଟରେ ଥିବା ଏକ ଔଷଧ ଦୋକାନର କର୍ମଚାରୀ ବୁଧବାର କରୋନା ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଏନ୍ଏସି ପକ୍ଷରୁ ଉକ୍ତ ଦୋକାନକୁ ସିଲ୍ କରାଯାଇ ଅନ୍ୟମାନଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ଛତ୍ରପୁର ଏନ୍ଏସିରେ ବୁଧବାର ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚତ୍ଛି।
ଛତ୍ରପୁର ସହରରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ ଚାଲିଛି। ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଘରକୁ ଡାକ୍ତରୀ ଟିମ୍ ଯାଇ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି। ବର୍ତ୍ତମାନ ସୁଦ୍ଧା ସହରର ୫୮୭୧ ଘରର ୨୩,୪୩୮ ଲୋକଙ୍କ ସ୍କ୍ରିନିଂ ସରିଛି। ୩୪ ଲକ୍ଷଣଥିବା ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ କରୋନା ଟେଷ୍ଟ କରାଯିବାକୁ କୁହାଯାଇଛି। ଏ ସମ୍ପର୍କରେ ଛତ୍ରପୁର ଏନ୍ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁରର ସମସ୍ତ ଦୋକାନୀଙ୍କ ସ୍କ୍ରିନିଂ କରାଯିବ ବୋଲି କୁହାଯାଇଛି।