ଯାତ୍ରା ବେଳେ…

ପ୍ରତିଦିନର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବିରତି ନେଇ ନୂଆ ନୂଆ ସ୍ଥାନକୁ ବୁଲିଯିବାର ଆନନ୍ଦ ନେବାକୁ କିଏ ବା ନ ଚାହେଁ। ବିଶେଷକରି ଅଧିକାଂଶ ସମୟ ଘରେ ରହୁଥିବା ମହିଳାମାନେ ପରିବାର ସହ ଏହି ଖୁସିର ମୁହୂର୍ତ୍ତ ବିତେଇବାକୁ ଅପେକ୍ଷାକରି ରହିଥାନ୍ତି। ହେଲେ ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କଠାରେ ହଠାତ୍‌ ଦେହ ଖରାପ ଲାଗିବା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ହେବା ଭଳି ସମସ୍ୟା ଅନେକଙ୍କୁ ଏଭଳି ଖୁସିରୁ ବଞ୍ଚତ୍ତ କରିଥାଏ। ତେବେ ଏହା ଏକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଯାହାକୁ ମୋସନ ସିକ୍‌ନେସ୍‌ ବୋଲି କୁହାଯାଏ। ଏହି ସମସ୍ୟା କେତେକଙ୍କ ଠାରେ ବଂଶଗତ ମଧ୍ୟ ହୋଇପାରେ। ହେଲେ ଏହାକୁ ଡରି କେଉଁଆଡ଼େ ନ ଯିବା କିମ୍ବା କଷ୍ଟରେ ଯାତ୍ରାକରି ବୁଲିବାର ମଜାକୁ ଏଞ୍ଜୟ ନ କରିବା ଏହାର ସମାଧାନ ନୁହେଁ। କେତେକ ଦିଗ ପ୍ରତି ଦୃଷ୍ଟିଦେଲେ ଏହି ସମସ୍ୟା ଦୂର କରାଯାଇପାରିବ…

ପେଟ ଖାଲି ଠିକ୍‌ ନୁହେଁ: ଖାଇବା ପରେ ଗାଡ଼ିରେ ବସିଲେ ବାନ୍ତି ହୁଏ, ଏଭଳି ଧାରଣା ଅନେକଙ୍କ ମନରେ ରହିଛି। ତେଣୁ କେଉଁ ଆଡ଼େ ଯିବା ପୂର୍ବରୁ ସେମାନେ ଖାଲିପେଟରେ ରହିଥାନ୍ତି। ହେଲେ ଆପଣ ଜାଣନ୍ତିକି ଖାଲି ପେଟରେ ରହିବା ଦ୍ୱାରା ଗ୍ୟାସ୍‌, ଏସିଡିଟି ହୋଇ ମୁଣ୍ଡ ବୁଲେଇବା ସହ ଅଧିକ ବାନ୍ତି ହୋଇଥାଏ। ତେଣୁ ଗାଡ଼ିରେ ଯାତ୍ରା କରିବା ପୂର୍ବରୁ କିଛି ଖାଇବା ଭଲ। ତେଲ ମସଲା, ଛଣାଛଣି ଭଳି ଖାଦ୍ୟ ଏ ସମୟରେ ନ ଖାଇ କିଛି ହାଲୁକା ଖାଦ୍ୟ, ଫଳ ଆଦି ଖାଇବା ଅବା ଜୁସ୍‌ ପିଇବା ଲାଭଦାୟକ।
ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ: ଅନେକ ମହିଳା ଗାଡ଼ିରେ ବାନ୍ତିହେବା ଭୟରେ ବାନ୍ତି ମେଡିସିନ୍‌ ଖାଇଦିଅନ୍ତି। ହେଲେ ଏହା ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ। କାରଣ କେବେ କେବେ ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ିପାରେ। ତେଣୁ ଯଦି ମୋସନ ସିକ୍‌ନେସ୍‌ ସମସ୍ୟା ବେଶି ଥାଏ ତେବେ ଯାତ୍ରା ପୂର୍ବରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇନେବା ଭଲ।
ଆପଣାନ୍ତୁ ଘରୋଇ ଉପଚାର: ଗାଡ଼ିରେ ଯିବା ବେଳେ ପାଖରେ ଅଦା ଖଣ୍ଡ ଏବଂ ଲେମ୍ବୁ ରଖନ୍ତୁ। ବାନ୍ତି ଲାଗିବା ମାତ୍ରେ ଏହାକୁ ଖାଆନ୍ତୁ। ଏଥିରେ ଥିବା ଆଣ୍ଟିଏମିଟିକ୍‌ ଗୁଣ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା ଆଦି ଦୂର କରିବାରେ ସାହାଯ୍ୟ କରିଥାଏ। ମୋସନ ସିକ୍‌ନେସ୍‌ ଥିଲେ ଯାତ୍ରା ପୂର୍ବରୁ ଅଦା ଚା ପିଇବା ଲାଭଦାୟକ ହୋଇଥାଏ। ଅନେକଙ୍କ ଠାରେ ଗାଡ଼ିର ଧୂଆଁ, ପେଟ୍ରୋଲ, ଡିଜେଲ ଆଦିର ଗନ୍ଧ ମଧ୍ୟ ବାନ୍ତିର କାରଣ ସାଜିଥାଏ। ଏମିତିରେ ଲେମ୍ବୁ ଶୁଙ୍ଘିବା ଦ୍ୱାରା ବାନ୍ତି ହୋଇ ନ ଥାଏ।
ସିଧା ବସନ୍ତୁ: ଯାତ୍ରା ବେଳେ ବାନ୍ତି ନ ହେବା ଲାଗି ଆଗକୁ ମୁହଁ କରି ଆଗ କିମ୍ବା ମଝି ସିଟ୍‌ରେ ବସନ୍ତୁ। କାରଣ ଗାଡ଼ି ଭିତରେ ରାସ୍ତାର ବିପରୀତ ଦିଗକୁ ମୁହଁକରି କିମ୍ବା ବଡ଼ ଗାଡ଼ିର ପୂରା ପଛ ସିଟ୍‌ରେ ବସିଲେ ମୋସନ ସିକ୍‌ନେସ୍‌ ହୋଇ ବାନ୍ତି ହେବାର ଆଶଙ୍କା ବେଶି।
ଖୋଲା ପବନ ଭଲ: ଅନେକଙ୍କୁ ଗାଡ଼ି ଭିତରେ ଏସି ଲଗାଇ ବସିବା ଦ୍ୱାରା ବି ବାନ୍ତି ହୋଇଥାଏ, ଏମିତିରେ ଆପଣ କିଛି ସମୟ ଗ୍ଲାସ୍‌ ଖୋଲା ରଖିପାରିବେ। ବାହାର ଖୋଲା ପବନ ସଂସ୍ପର୍ଶରେ ଆସିବା ଦ୍ୱାରା ମଧ୍ୟ ବାନ୍ତିହୋଇ ନ ଥାଏ।
ଆପଣାନ୍ତୁ ମ୍ୟୁଜିକ୍‌ ଥେରାପି: ଗୀତରେ ଯାଦୁକରୀ ଶକ୍ତି ରହିଛି। ତେଣୁ ଏହାକୁ ମ୍ୟୁଜିକ୍‌ ଥେରାପି ଭଳି ବ୍ୟବହାର କରାଯାଏ। ଯଦି ଗାଡ଼ିରେ ବସିଲେ ବାନ୍ତି ହେଉଥାଏ ତେବେ ଏହି ସମସ୍ୟା ଦୂରକରିବା ଲାଗି ଭଲ ଗୀତ ଶୁଣନ୍ତୁ। ନିଜ ମନକୁ ଭୁଲାଇବା ଲାଗି ଏହା ସବୁଠୁ ଭଲ ମାଧ୍ୟମ। ଦେଖିବେ ଏହାଦ୍ୱାରା ଆପଣଙ୍କ ଧ୍ୟାନ ଗୀତ ଆଡକୁ ଯିବ ଏବଂ ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଆଦି ସମସ୍ୟା ଦୂର ହୋଇଯିବ।
ପକାନ୍ତୁନି ପର୍‌ଫ୍ୟୁମ୍‌ : ଯଦି ଗାଡ଼ିରେ ବସିଲେ ବାନ୍ତି ହେଉଥାଏ ତେବେ ଯାତ୍ରା ସମୟରେ ଟାଇଟ୍‌ ବଦଳରେ ହାଲୁକା ଏବଂ ଢିଲା କଟନ ପୋଷାକ ପିନ୍ଧିବା ସବୁଠୁ ଭଲ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକ ସୁଗନ୍ଧଯୁକ୍ତ ପର୍‌ଫ୍ୟୁମ୍‌ କିମ୍ବା ଗାଡ଼ି ଭିତରେ କଡ଼ା ସୁଗନ୍ଧଯୁକ୍ତ ଏୟାର ଫ୍ରେସ୍‌ନର ପକାନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଭିଡିଓ ଗେମ୍‌ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡ଼ିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ...

ସକ୍ରିୟ ରହିବ ହୃତ୍‌ପିଣ୍ଡ

ହୃତ୍‌ପିଣ୍ଡ ବା ହାର୍ଟ ଆମ ଶରୀରର ଏକ ପ୍ରମୁଖ ତଥା ଦରକାରୀ ଅଙ୍ଗ। ଦୈନନ୍ଦିନ ଜୀବନରେ ଏହା ସୁସ୍ଥ ରହିଲେ ଆମେ ନୀରୋଗ ରହିବା। ତେବେ...

ମେଶିନ ଲର୍ନିଂ ଓ କୃତ୍ରିମ ବୁଦ୍ଧିମତ୍ତା

ବର୍ତ୍ତମାନ କମ୍ପ୍ୟୁଟର ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିପାରୁଛି। ଜଣଙ୍କ ପ୍ରତିବିମ୍ବକୁ ଚିହ୍ନି ପାରୁଛି ଏବଂ ଯଥାସମ୍ଭବ ବାର୍ତ୍ତାଳାପ ମଧ୍ୟ କରିପାରୁଛି। ଏହା ମେଶିନ...

ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…

ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା...

ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି...

ଅଁଳା ଗଛରୁ ପାଇବେ ଲକ୍ଷ୍ମୀଙ୍କ କୃପା: ପ୍ରସନ୍ନ ହେବେ ମା’

ଅଁଳା ଗଛ ଯେତିକି ପବିତ୍ର ସେତିକି ମଧ୍ୟ ଗୁଣକାରୀ। ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବି ଅତ୍ୟନ୍ତ ଉଚ୍ଚକୋଟୀର। କାରଣ ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ...

ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…...

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri