ପରିଦର୍ଶନ ସମୟରେ ମନ୍ତ୍ରୀ ମାସ୍କ ନ ପିନ୍ଧିବାକୁ ନେଇ ଚର୍ଚ୍ଚା

ଦେଓଗାଁ,୧୨ା୧: ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ଗସ୍ତବେଳେ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ସମୟରେ ମାସ୍କ ପରିଧାନ କରି ନ ଥିଲେ। ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ମନ୍ତ୍ରୀଙ୍କ ସହ ଆସିଥିବା ଅଧିକାରୀମାନେ ମାସ୍କ ପରିଧାନ କରିଥିବା ବେଳେ ସେ କିଭଳି ପିନ୍ଧିବାକୁ ଭୂଲିଗଲେ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି। ଅବଶ୍ୟ ପରେ କୁତୁର୍ଲା ସୁରଧନ ହାଇସ୍କୁଲ ପରିଦର୍ଶନ ସମୟରେ ସେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା।