ପାଇକମାଳ,୩।୨(ଡି.ଏନ୍.ଏ.) : ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ ବୁଧବାର ନୃସିଂହନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସହିତ ସେ ମନ୍ଦିର ପାଶର୍ବବର୍ତ୍ତୀ ଅଞ୍ଚଳ ବୁଲି ଦେଖିଥିଲେ। ଏମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସିପାଲ ଆଡଭାଇଜର ଅସିତ କୁମାର ତ୍ରିପାଠୀ, ସ୍ବତନ୍ତ୍ର ସଚିବ ଆର, ଭିନିଲ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିଦର୍ଶନ ସମୟରେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍ପି ପଦ୍ମିନୀ ସାହୁ ମଧ୍ୟ ଉପସ୍ଥିତ ଥିଲେ। ନୃସିଂହନାଥ ପରିଦର୍ଶନ ସାରି ମୁଖ୍ୟ ଶାସନ ସଚିବ ଓ ଅନ୍ୟମାନେ ହରିଶଙ୍କର ଅଭିମୁଖେ ବାହାରିଥିଲେ।