ଯୁଦ୍ଧ ମଧ୍ୟରେ ଜାପାନ ପହଞ୍ଚିଲେ ଜେଲେନକ୍ସି…

ଟୋକିଓ,୨୦।୫ : ଜାପାନର ହିରୋସିମା ଠାରେ ଜି -୭ ଶିଖର ସମ୍ମିଳନୀ ଚାଲିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାପାନର ହିରୋସିମା ଠାରେ ପହଞ୍ଚିଛନ୍ତି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଜି -୭ ଶିଖର ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅନ୍ୟ ନେତାଙ୍କ ସହ ଆଲୋଚନା କରିବେ।

Share