ଏହି ସମୟରେ ହୋଇଥିଲା ଅଧିକ ରେଳ ଦୁର୍ଘଟଣା, ସରକାରଙ୍କ ବଢାଇଥିଲା ଟେନଶନ

ନୂଆଦିଲ୍ଲୀ,୧୯।୭: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପୁରା ଦେଶରେ ୬୮ହଜାର କି.ମିରୁ ଦୀର୍ଘ ରେଲଓ୍ବେ ଟ୍ରାକ୍‌ ବିଛାଯାଇଛି। ଭାରତରେ ରେଳବାଇକୁ ଲାଇଫ ଲାଇନ କୁହାଯାଏ । ଯେଉଁଥିରେ ପ୍ରତିଦିନ ପାଖାପାଖି ୨୨ହଜାର ଟ୍ରେନ୍‌ ଯାତ୍ରାୟତ କରୁଛନ୍ତି। ଏହି ଟ୍ରେନ ପ୍ରତିଦିନ ୨.୫ କୋଟି ଯାତ୍ରୀଙ୍କୁ ନେଇ ଚଳାଚଳ କରିଥାଏ। କେବଳ ଏତିକି ନୁହେଁ, ୨୮ଲକ୍ଷ ଟନ୍‌ରୁ ଅଧିକ ସାମଗ୍ରୀ ମଧ୍ୟ ପରିବହନ କରାଯାଇଥାଏ । ଏସବୁ ପରେ ବି ଭାରତରେ ରେଳ ଦୁର୍ଘଟଣା ସବୁଠାରୁ ଗମ୍ଭୀର ସମସ୍ୟା ଅଟେ। ଯାହା ଦଶନ୍ଧି ଦଶନ୍ଧି ଧରି ଲାଗି ରହିଛି। ଗୁରୁବାର ଇତ୍ତର ପ୍ରଦେଶର ଗୋଣ୍ଡାରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ହୋଇଛି। ଚଣ୍ଡିଗଡ଼ରୁ ଦିବ୍ରୁଗଡକୁ ଯାଉଥିବା ଦିବ୍ରୁଗଡ ଏକ୍ସପ୍ରେସର କୋଚ ଟ୍ରାକରୁ ଖସି ଯାଇଥିଲା। ଲୋକଙ୍କ ସରକ୍ଷା ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବାବେଳେ ଏହି ରେଳ ଦୁର୍ଘଟଣା ବାରମ୍ବାର ହେଉଛି। ଟ୍ରେନ ଦୁର୍ଘଟଣା ରେଳବାଇର ସୁରକ୍ଷା ଉପରେ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆପଣ ଜାଣନ୍ତି କି, ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ କେଉଁ ସରକାର ସମୟରେ କେତେ ଟ୍ରେନ ଦୁର୍ଘଟଣା ଘଟିଛି?

ଗତ କିଛି ମାସ ମଧ୍ୟରେ ଦେଶରେ ରେଳ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି। ସରକାର ଦାବି କରିଛନ୍ତି ଯେ, ୨୦୦୪ ରୁ ୨୦୧୪ ମଧ୍ୟରେ ପ୍ରତିବର୍ଷ ହାରାହାରି ୧୭୧ ରେଳ ଦୁର୍ଘଟଣା ଘଟିଛି। ୨୦୧୪ ରୁ ୨୦୨୩ ମଧ୍ୟରେ, ବାର୍ଷିକ ହାରାହାରି ୭୧ ରେଳ ଦୁର୍ଘଟଣା ଘଟିଛି । ସେହିଭଳି ୨୦୦୪ ରୁ ୨୦୧୪ ମଧ୍ୟରେ ପ୍ରତିବର୍ଷ ହାରାହାରି ୮୬.୭ ଟ୍ରେନ ଲାଇନଚ୍ୟୁତ ହୋଇଛି, ଯାହା ୨୦୧୪ ରୁ ୨୦୨୩ ମଧ୍ୟରେ ୪୭.୩କୁ ହ୍ରାସ ପାଇଛି।

ସୂଚନା ଅନୁଯାୟୀ, ୟୁପିଏ ସରକାରଙ୍କ ୧୦ ବର୍ଷ ମଧ୍ୟରେ ୧୭୧୧ ରେଳ ଦୁର୍ଘଟଣା ଘଟିଛି। ୨୦୧୪ ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ଏନଡିଏର ମୋଦି ସରକାର ସମୟରେ ୬୩୮ ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୪ ରେ ତିନୋଟି ବଡ଼ ରେଳ ଦୁର୍ଘଟଣା ଘଟିଛି। ୟୁପିଏ ସରକାର ସମୟରେ ୮୬୮ ଟି ଟ୍ରେନ ଲାଇନଚ୍ୟୁତ ହୋଇଛି। ଯେଉଁଠାରେ ଏନଡିଏ ସରକାର ସମୟରେ ୪୨୬ ଟି ମାମଲା ହୋଇଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟୁପିଏ ସରକାର ସମୟରେ ରେଳ ଦୁର୍ଘଟଣାରେ ୨୪୫୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୪୮୬ ଜଣ ଆହତ ହୋଇଥିଲେ। ଅନ୍ୟପଟେ ଏନଡିଏ ସରକାର ସମୟରେ ୭୮୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୪୩ ଜଣ ଆହତ ହୋଇଛନ୍ତି।

Share