ନୂଆଦିଲ୍ଲୀ,୧୬।୩: ଭାରତର ଶୟନ ବିଶାରଦ ‘ଡ୍ୟୁରୋଫ୍ଲେକ୍ସ’ ପକ୍ଷରୁ ବିଶ୍ୱ ନିଦ୍ରା ଦିବସ ଅବସରରେ ଏକ ଅନନ୍ୟ ଡିଜିଟାଲ ଅଭିଯାନ ‘ଇଣ୍ଡିଆସ ସ୍ଲିପିଏଷ୍ଟ ପେଜ୍’ (ଭାରତର ନିଦ୍ରାଚ୍ଛନ୍ନ ପୃଷ୍ଠ) ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏକ ଉତ୍ତମ ନିଦ୍ରାଭ୍ୟାସକୁ ଆପଣେଇବାର ବାର୍ତ୍ତା ପ୍ରଚାର ପ୍ରସାରରେ ସହାୟତା କରିବାକୁ କମ୍ପାନୀ ପକ୍ଷରୁ ଭାରତୀୟ ଫୁଟ୍ବଲ ଖେଳାଳି ସୁନୀଲ ଛେତ୍ରୀଙ୍କ ସହ ଏକ ସହଭାଗିତା କରିଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ଡ୍ୟୁରୋଫ୍ଲେକ୍ସର ସିଇଓ ମୋହନରାଜ.ଜେ କହିଛନ୍ତି, ପ୍ରତ୍ୟେକେ ଉତ୍ତମ ନିଦ୍ରା ଯିବାକୁ ଚାହାନ୍ତି। ତେବେ ଅଧିକାଂଶ ଗଭୀର ନିଦ୍ରାରେ ଶୋଇବା ନିମନ୍ତେ ସହାୟତା ଆବଶ୍ୟକ କରୁଛନ୍ତି। ଭାରତର ନିଦ୍ରା ପ୍ରଶିକ୍ଷକ ଭାବେ ଚଳିତ ବର୍ଷ ବିଶ୍ୱ ନିଦ୍ରା ଦିବସ ଅବସରରେ ଆମେ ଇଣ୍ଡିଆସ୍ ସ୍ଲିପିଏଷ୍ଟ ପେଜ୍ ଭଳି ଏକ ଅନନ୍ୟ ପ୍ରୟାସ ଆରମ୍ଭ କରିଛୁ, ଯାହା ଭାରତକୁ ଉତ୍ତମ ଶୟନ ଶୈଳୀ ଆପଣେଇବା ଏବଂ ଶୟନ କ୍ଷେତ୍ରରେ ରହୁଥିବା କୌଣସି ଶୂନ୍ୟସ୍ଥାନ ପୂରଣ କରିବା ଦିଗରେ ଆମ ପ୍ରୟାସର ପ୍ରକୃଷ୍ଟ ନିଦର୍ଶନ ହୋଇଛି। ବିଶେଷକରି ସୁନୀଲ ଛେତ୍ରୀଙ୍କ ଭଳି ଜଣେ ଖ୍ୟାତିସମ୍ପନ୍ନ କ୍ରୀଡ଼ାବିତ୍ଙ୍କ ସହ ସହଯୋଗିତା କରି ଆମେ ନିଜକୁ ଗାୈରବାନ୍ବିତ ମନେକରୁଛୁ, ଯିଏ ଏହି ପ୍ରଚାର ଅଭିଯାନର ମୂଳ ଲକ୍ଷ୍ୟକୁ ଆଗେଇ ନେବାରେ ଆମକୁ ସହାୟତା କରିବେ। ଏଥିସହ ଡ୍ୟୁରୋଫ୍ଲେକସ୍ର ୱେବ୍ସାଇଟ ଦେଖୁଥିବା ଗ୍ରାହକମାନେ ରାତି ସମୟରେ ଇଣ୍ଟରନେଟ୍ ଦେଖି କିଣାକିଣି କଲେ ତାଙ୍କୁ ‘ବିଳମ୍ବିତ ରାତିରେ କିଣାକିଣି କରିବା ପରାମର୍ଶଯୋଗ୍ୟ ନୁହେଁ’ ବୋଲି ଏକ ଉପଦେଶମୂଳକ ବାର୍ତ୍ତା ମିଳିବ। ଏଭଳି କରିବା ଦ୍ୱାରା ଡ୍ୟୁରୋଫ୍ଲକ୍ସ ବିକ୍ରି ଅପେକ୍ଷା ଗ୍ରାହକମାନଙ୍କର ଶୟନ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେଉଛି।