Categories: ଫୁରସତ

ଦଶହରା ଉତ୍ସବ ରଦ୍ଦ: କରୋନାରେ ଆକ୍ରାନ୍ତ ହେଲେ ରାବଣ, ହସ୍ପିଟାଲରେ ଭର୍ତ୍ତି

ଦଶହରା ଉତ୍ସବ ରଦ୍ଦ ହୋଇଛି। କାରଣ ରାବଣ କରୋନା ପଜିଟିଭ ହୋଇଛନ୍ତି। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ୨୭ ସେକେଣ୍ଡର ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ରାବଣର ଏକ ପ୍ରତିମୂର୍ତ୍ତିକୁ ଆମ୍ବୁଲାନ୍ସ ଉପରେ ରଖି କେଉଁଆଡେ ନିଆଯାଉଛି। ତେବେ ଉକ୍ତ ଆମ୍ବୁଲାନ୍ସରେ ସେଠୀ ହସ୍ପିଟାଲ, ଖରଖୋଦା ଲେଖାଯାଇଛି। ଏହି ଭିଡିଓକୁ ଶେୟାର କରି ଲେଖାଯାଇଛି, ରାବଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଉଛି। ତେଣୁ ଦଶହରା ଉତ୍ସବ ରଦ୍ଦ ହୋଇଛି।
ହରିୟାଣାର ଖରସ୍ରୋତାସ୍ଥିତ ସେଠୀ ହସ୍ପିଟାଲ ପକ୍ଷରୁ ପ୍ରତିବର୍ଷ ଦଶହରା ଉତ୍ସବ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷ ରାବଣର ପ୍ରତିମୂର୍ତ୍ତିକୁ ନେବା ପାଇଁ କୌଣସି ଗାଡି ମିଳି ନଥିଲା। ତେଣୁ ଆମ୍ବୁଲାନ୍ସର ଉପରେ ପ୍ରତିମୂର୍ତ୍ତିକୁ ରଖି ନିଆଯାଇଥିଲା। ଏହି ସମୟରେ କେହି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିବା ନଜର ଆସିଛି।

Share