ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ…ଧୂଳିଝଡ଼…ବର୍ଷା

ଭୁବନେଶ୍ୱର,୨୦ା୫(ବ୍ୟୁରୋ)- ରାଜଧାନୀରେ ଶୁକ୍ରବାର ଦିନ ତମାମ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ମାତ୍ର ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ଛାରିଆଡ଼େ କଳାହାଣ୍ଡିଆ ମେଘ ଘୋଟିଯାଇଥିଲା। ଏହାସହ ପ୍ରବଳ ବେଗରେ ଧୂଳି ଝଡ ହୋଇଥିଲା। ପବନର ବେଗ ଏତେ ତୀବ୍ର ଥିଲା ଯେ, ଅନେକ ସ୍ଥାନରେ ଗଛର ଡ଼ାଳ ଭାଙ୍ଗିବା ସହ ଗଛ ମଧ୍ୟ ଉପୁଡ଼ି ପଡ଼ିଥିଲା। ଧୂଳିଝଡ଼ କାରଣରୁ ବାଇକ୍‌ ଓ ସାଇକେଲରେ ଲୋକାମାନେ ଯାତାୟତ କରିବା କଷ୍ଟକର ହୋଇପଡ଼ିଥିଲା। ପରେ ଘଡଘଡ଼ି ବିଜୁଳି ସହ ଅଧାଘଣ୍ଟାଏରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ପ୍ରବଳ ବର୍ଷା କାରଣରୁ ରାସ୍ତାରେ ପାଣି ଚାଲିବାକୁ ଲାଗିଥିଲା। ବର୍ଷାରୁ ବର୍ତ୍ତିବା ପାଇଁ ଲୋକମାନେ ଓଭରବ୍ରିଜ୍‌ ତଳ, ଦୋକାନ ଘର ଆଦି ସ୍ଥାନରେ ଆଶ୍ରୟ ନେଇଥିଲେ। ଫଳରେ ତେବେ ଏଥିଯୋଗୁ ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା।

Share