ଓଟାହ,୨୭।୭: ଆମେରିକାର ଓଟାହରେ ଧୂଳିଝଡ଼ ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଭୟଙ୍କର ଧୂଳିଝଡ଼ ଯୋଗୁଁ ଓଟାହର ରାଜପଥରେ ପ୍ରାୟ ୨୨ଟି ମଧ୍ୟରେ ଗାଡି ଧକ୍କା ହୋଇଥିଲା। ରାସ୍ତା ନ ଦେଖା ଯିବାର ଗାଡ଼ିଗୁଡ଼ିକ ପରସ୍ପରକୁ ଧକ୍କା ଦେଇଥିଲେ। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଜୁଲାଇ ୨୫ ଅପରାହ୍ନରେ ଏହି ଘଟଣା ଘଟିଛି। ସପ୍ତାହ ଶେଷ ହେତୁ ବହୁ ଲୋକ ଛୁଟି ବିତାଇବାକୁ ଯାଇଥିଲେ ଅବା ଘରକୁ ଫେରୁଥିଲେ। ହଠାତ୍ ଧୂଳିଝଡ଼ ହେବାରୁ ରାଜପଥରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଧୂଳିଝଡ଼ ଥମିବା ପରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ଆହତ ହୋଇଥିବା ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ୫ ଜଣ ଗୋଟିଏ ଗାଡିରେ ଥିବାବେଳେ ଅନ୍ୟମାନେ ଭିନ୍ନ ଭିନ୍ନ ଗାଡିରେ ଥିଲେ। ମୃତକଙ୍କ ମଧ୍ୟରେ ୨ ବର୍ଷର ଶିଶୁ ସମେତ ଜଣେ ୫୧ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ରାଜପଥରୁ ଦୁର୍ଘଟଣାଗସ୍ତ ଗାଡ଼ିଗୁଡ଼ିକୁ ହଟାଇବା ଲାଗି କ୍ରେନ୍ର ବ୍ୟବହାର କରାଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।