ଟ୍ରେନିଂ ବେଳେ ନିଜକୁ ଉଡାଇଦେଲା ଏଟିଏମ୍‌ ବମ ଗ୍ୟାଙ୍ଗ

ଦ ହେଗ,୧।୧୦: କ୍ୟାଶ ମେସିନକୁ ବମ୍‌ରେ ଉଡାଇବା ଲାଗି ଭିଡିଓ ଟ୍ରେନିଂ ଦେଉଥିବା ବେଳେ ବିସ୍ଫୋରଣ ଘଟି ଗ୍ୟାଙ୍ଗର ସଦସ୍ୟକ ମୃତ୍ୟୁ ହୋଇଛି। ଏ ନେଇ ନେଦରଲାଣ୍ଡ ଓ ଜର୍ମାନୀ ପୋଲିସ ଅଧିକାରୀ ଗୁରୁବାର ସ୍ପଷ୍ଟ କରିଛନ୍ତି।

ନେଦରଲାଣ୍ଡର ଅଟ୍ରେଚ ସହରରେ ଏକ ଏଟିଏମ୍‌କୁ ବମ୍‌ରେ ଉଡାଇବାର ବେଆଇନ ଟ୍ରେନିଂ ଦିଆଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଘଟଣା ପରେ ଜର୍ମାନୀରେ ୧୫ଟି ଏଟିଏମ୍‌ ବିସ୍ଫୋରଣ ମାମଲାରେ ସଂପୃକ୍ତ ଥିବା ୯ ଜଣଙ୍କୁ ଗିରଫ କରିଛି। ଏଟିଏମ୍‌ ବିସ୍ଫୋରଣରେ ମୋଟ ୨.୧୫ ନିୟୁତ ୟୁରୋ (୧୮.୫୫ କୋଟି ଟଙ୍କା) ନଷ୍ଟ ହୋଇଥିଲା।

Share