ହେଗ୍, ୧୬।୧: ନେଦରଲାଣ୍ଡ୍ସରେ ଶିଶୁଯତ୍ନ ସବ୍ସିଡି ଦୁର୍ନୀତିକୁ ନେଇ ଡଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ ଓ ତାଙ୍କ ସରକାର ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ସବ୍ସିଡି ଦୁର୍ନୀତିରେ ହଜାର ହଜାର ମାତାପିତାଙ୍କୁ ଭୁଲ୍ରେ ସମ୍ପୃକ୍ତ କରାଯାଇଥିଲା। ବ୍ୟବସ୍ଥା ଭୟଙ୍କର ଭାବେ ତ୍ରୁଟିପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ରୁଟ୍ଟେ ସ୍ବୀକାର କରିଛନ୍ତି। ଅନେକ ଅଭିଭାବକଙ୍କୁ ଅର୍ଥ ଫେରସ୍ତ କରିବାକୁ ପଡ଼ିବାରୁ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ। ହେଗ୍ରେ ୪ ଦଳୀୟ ମେଣ୍ଟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରୁଟ୍ଟେ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ।