Categories: ଖେଳ

ପୁଣି ନିରାଶ କଲେ ଦୂତି

ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ଦୂତୀ ଆଜି ୨୦୦ ମିଟର ଦୌଡରେ ହାରି ଯାଇଛନ୍ତି। ୨୦୦ମିଟରରେ ହିଟ-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି। ପୂର୍ବରୁ ୧୦୦ ମିଟର ଦୌଡରେ ସେ ନିରାଶ କରିଥିଲେ। ୨୦୦ ମିଟର ଅତିକ୍ରମ କରିବା ପାଇଁ ଦୂତି ୨୩.୮୫ ସେକେଣ୍ଡ ସମୟ ନେଇଥିଲେ, ଯାହା ତାଙ୍କର ନିଜର ଶ୍ରେଷ୍ଠ ଟାଇମିଂଠାରୁ ଅଧିକ ଥିଲା। ୨୦୦ ମିଟରରେ ଦୂତୀଙ୍କ ଶ୍ରେଷ୍ଠ ଟାଇମିଂ ୨୩.୦୦ ସେକେଣ୍ଡ ରହିଛି। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ସ ଗେମ୍ସରେ ସେ ଏହି ଟାଇମିଂ ହାସଲ କରିଥିଲେ।
ଏହା ପୂର୍ବରୁ ଦୂତି ଜୁଲାଇ ୩୦ ତାରିଖରେ ୧୦୦ ମିଟର୍‌ ଦୌଡ ହିଟ-୫ରେ ସପ୍ତମ ସ୍ଥାନରେ ଓ ମୋଟ ଉପରେ ୪୫ତମ ସ୍ଥାନରେ ରହିଥିଲେ। ୧୦୦ ମିଟରରେ ମଧ୍ୟ ସେ ନିଜ ରେକର୍ଡ ଠାରୁ ଖରାପ ପ୍ରଦର୍ଶନ କରିଥିଲେ। ୧୦୦ ମିଟରରେ ଦୂତିଙ୍କ ନିଜସ୍ବ ରେକର୍ଡ ୧୧.୧୭ ସେକେଣ୍ଡ ରହିଛି, ଯାହା ଏକ ଜାତୀୟ ରେକର୍ଡ ମଧ୍ୟ। କିନ୍ତୁ ଅଲିମ୍ପିକ୍ସରେ ସେ ଏହି ଦୂରତା ଅତିକ୍ରମ କରିବାକୁ ୧୧.୫୪ ସେକେଣ୍ଡ ନେଇଥିଲେ।

Share