ଭୁବନେଶ୍ୱର,୨୯।୬: ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମହିଳା ଧାବକ ଦୂତୀ ଚାନ୍ଦଙ୍କ ନାମ ରାଜ୍ୟ ସରକାର ସୁପାରିସ କରିଛନ୍ତି। ଚଳିତ ବର୍ଷ କ୍ରୀଡ଼ାରେ ଦୂତି ଉଲ୍ଲେଖନୀୟ ପ୍ରଦର୍ଶନ କରି ଭାରତକୁ ଅଗ୍ରଣୀ କରିଥିବାରୁ ମଙ୍ଗଳବାର ଏହି ବଡ଼ ସମ୍ମାନ ପାଇଁ ତାଙ୍କ ନାମକୁ ସୁପାରିସ କରାଯାଇଛି। ଏହାଛଡ଼ା ଅର୍ଜୁନ ପୁରସ୍କାର ନିମନ୍ତେ ପୁରୁଷ ହକି ଦଳର ଷ୍ଟାର ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା, ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍ କାଳୁ ଚୌଧୁରୀ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥ୍ଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାମ ମଧ୍ୟ ସୁପାରିସ କରାଯାଇଛି।
ପ୍ରକାଶ ଯେ, ୨୦୨୦ କ୍ରୀଡ଼ାଦିବସ ଅବସରରେ ଦୂତୀଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରଦର୍ଶନ ବେଶ ଭଲ ରହିଛି। ସେହିଭଳି ବିରେନ୍ଦ୍ର ଏଯାବତ ୧୫୦ରୁ ଅଧିକ ମ୍ୟାଚ୍ ଭାରତ ପକ୍ଷରୁ ଖେଳିସାରିଛନ୍ତି।