Posted inଖେଳ

ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବେ ଦୂତୀ

ନୂଆଦିଲ୍ଲୀ, ୧୯ା୮ (ପି.ଟି.): ଭାରତର ଅନ୍ୟତମ ସେଲିବ୍ରିଟି ଆଥ୍‌ଲେଟ ଦୂତୀ ଚାନ୍ଦ ଅଡୁଆରେ ପଡ଼ିଛନ୍ତି। ପ୍ରତିଯୋଗିତା ବାହାରେ ଦୁଇଥର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଦ୍ୱାରା ୪ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। କିନ୍ତୁ ଏହାକୁ ଅପିଲ ପ୍ୟାନେଲରେ ସେ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଡିସେମ୍ବର ୫ ଓ ୨୬ରେ ୧୦୦ମିଟର ଦୌଡ଼ରେ ଏହି ୨୭ବର୍ଷୀୟା ଜାତୀୟ ରେକର୍ଡଧାରୀଙ୍କଠାରୁ ଦୁଇଥର ସାମ୍ପଲ ସଂଗ୍ରହ କରାଯାଇଥିଲା। ଏଥିରେ ନିଷିଦ୍ଧ ପଦାର୍ଥ/ଏସ୍‌ଆର୍‌ଏମ୍‌ଏସ୍‌ର ମାତ୍ରା ଠାବ କରାଯାଇଥିଲା, ଯାହାକି ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ଓ୍ବାଡା)ର ନିଷିଦ୍ଧ ତାଲିକାରେ ରହିଛି। ଏସ୍‌ଆରଏମ୍‌ଏସ୍‌ ଅବା ସିଲେକ୍ଟିଭ ଆଣ୍ଡ୍ରୋଜେନ୍‌ ରିସେପ୍ଟର ମଡ୍ୟୁଲେଟର ହେଉଛି ଅଣ ଷ୍ଟେରୋଡାଲ ପଦାର୍ଥ। ଏହା ସାଧାରଣତଃ ଅଷ୍ଟିଓ ପୋରୋସିସ୍‌, ରକ୍ତହୀନତା ରୋଗୀ ଏବଂ କ୍ଷତ ଆରୋଗ୍ୟ ପାଇଁ ବ୍ୟବହୃତ ହୋଇଥାଏ। ଦୂତୀଙ୍କ ବାସନ୍ଦ ଦଣ୍ଡ ଚଳିତବର୍ଷ ପିଛିଲା ଜାନୁୟାରୀ ୩ରୁ ଲାଗୁ ହେବ। ଗତ ଡିସେମ୍ବର ୫ ଯେଉଁ ଦିନ ତାଙ୍କଠାରୁ ପ୍ରଥମ ସାମ୍ପଲ ସଂଗ୍ରହ କରାଯାଇଥିଲା, ସେହି ଦିନଠାରୁ ଦୂତୀ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିତାରେ ତାଙ୍କ ଫଳାଫଳକୁ ରଦ୍ଦ କରିଦିଆଯିବ। ଦୂତୀଙ୍କ ଆଇନ ପରାମର୍ଶଦାତା ପାର୍ଥ ଗୋସ୍ବାମୀ କହିଛନ୍ତି, ଏହି ସ୍ପ୍ରିଣ୍ଟର ତାଙ୍କ ପ୍ରଫେସନାଲ କ୍ୟାରିୟରରେ ଜଣେ ସ୍ବଚ୍ଛ ଆଥ୍‌ଲେଟ ରହି ଆସିଛନ୍ତି। ସେ କୌଣସି ଉଦ୍ଦେଶ୍ୟ ରଖି ନିଷିଦ୍ଧ ଔଷଧ ସେବନ କରିନାହାନ୍ତି। ଦୂତୀ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ୧୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି। ୨୦୨୧ରେ ସେ ୧୧.୧୭ ସେକେଣ୍ଡ ଟାଇମିଂରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଗୋସ୍ବାମୀ କହିଛନ୍ତି, ଦୂତୀଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରେ ଯେଉଁ ନିଷିଦ୍ଧ ଉପାଦାନ ଠାବ କରାଯାଇଛି, କ୍ରୀଡ଼ାରେ ଫାଇଦା ଉଠାଇବା କ୍ଷେତ୍ରରେ ତାହାକୁ ବ୍ୟବହାର କରାଯାଇ ନ ଥାଏ। ପୁନଶ୍ଚ ଦୂତୀ ଉଦ୍ଦେଶ୍ୟମୂଳକ ଭାବେ ନିଷିଦ୍ଧ ଉପାଦାନ ସେବନ କରି ନ ଥିବା ତାହା ପ୍ରମାଣ କରିବା ଲାଗି ଆମ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି। ଅପିଲ ପ୍ୟାନେଲକୁ ବୁଝାଇବାରେ ସଫଳ ହେବୁ ବୋଲି ଆମର ଦୃଢ଼ ଆଶା ରହିଛି। ଗୋସ୍ବାମୀ ପୁନଶ୍ଚ କହିଛନ୍ତି, ଦୂତୀ ହେଉଛନ୍ତି ଭାରତର ଏକ ଗୌରବ ଏବଂ ଜଣେ ସ୍ବଚ୍ଛ ଆଥ୍‌ଲେଟ। ଦଶନ୍ଧି ଧରି ତାଙ୍କର ଏକ ଉଜ୍ଜ୍ୱଳ କ୍ୟାରିୟର ରହିଛି। ଜାତୀୟ ହେଉ ଅବା ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଶହ ଶହ ସଂଖ୍ୟାରେ ଡୋପ୍‌ ଟେଷ୍ଟ ହୋଇଛି। ତାଙ୍କ ଲମ୍ବା କ୍ୟାରିୟରରେ ସେ ସବୁବେଳେ ଡୋପ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇ ଆସିଛନ୍ତି। ଦୂତୀ ଏବଂ ତାଙ୍କ ଆଇନ ପରାମର୍ଶଦାତା ପୂର୍ବରୁ ନାଡା’ର ଆଣ୍ଟି ଡୋପିଙ୍ଗ ଡିସିପ୍ଲିନାରି ପ୍ୟାନେଲ (ଏଡିଡିପି)କୁ କହିଥିଲେ, ଏହା ଏକ ‘ଅଜାଣତ ବ୍ୟବହାର’ ମାମଲା। ଦୂତୀ ସ୍ବତନ୍ତ୍ର ଅନୁମତି ଆଣି ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଟ୍ରେନିଂ ନେଉଥିଲେ। ସେତେବେଳେ ଜଣେ ଫିଜିଓଥେରାପିଷ୍ଟ ତାଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଏହି ଆଥଲେଟଙ୍କ ଶରୀରରେ ଅଧିକ ପୁରୁଷ ହରମୋନ ଥିବାରୁ ସେ ଉରୁସନ୍ଧିରେ ଖୁବ୍‌ ଯନ୍ତ୍ରଣା ଅନୁଭବ କରୁଥିଲେ। ସେଥିପାଇଁ ଚିକିତ୍ସାର ଆବଶ୍ୟକ ପଡ଼ିଥିଲା। ଫିଜିଓଥେରାପିଷ୍ଟଙ୍କ ପରାମର୍ଶ କ୍ରମେ ଦୂତୀଙ୍କୁ ଔଷଧ ସେବନ କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri