ତାଣ୍ଡବ କରିବେ ସଞ୍ଜୟ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ୮୦ ଦଶକରୁ ବଲିଉଡରେ କାମ କରୁଥିବା ବେଳେ ଦିନକୁ ଦିନ ଏଠାରେ ତାଙ୍କ ଡିମାଣ୍ଡ ବଢିବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରିର ନିର୍ମାତା-ନିର୍ଦ୍ଦେଶକ ଆଖି ବନ୍ଦ କରି ସଞ୍ଜୟଙ୍କ ଉପରେ କୋଟି କୋଟି ଟଙ୍କାର ବାଜି ଲଗାଇଥାଆନ୍ତି । ଏବେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ସଞ୍ଜୟଙ୍କ ଡିମାଣ୍ଡ ବଢିବାକୁ ଯାଉଛି । ‘କେଜିଏଫ୍ ୨’ରେ ସଞ୍ଜୟଙ୍କ ଖଳନାୟକ ଭୂମିକା ଦେଖିବାକୁ ମିଳିବ । ଏଥିରେ ସଞ୍ଜୟଙ୍କ ଚରିତ୍ର ସାଉଥ ଇଣ୍ଡଷ୍ଟ୍ରିରେ ତେହେଲକା ମଚାଇବ ବୋଲି କୁହାଯାଉଛି ।
ନିକଟରେ ମିଳିଥିବା ଏକ ରିପୋର୍ଟରୁ ଜଣାପଡିଛି କି ସଞ୍ଜୟ ଏକ ମେଗା ବଜେଟ ମ୍ୟୁଜିକ ଭିଡିଓରେ କାମ କରିବାକୁ ଯାଉଛନ୍ତି । ଏଥିରେ ସେ ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବେ । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ଏଥିପାଇଁ ସଞ୍ଜୟ ସୋହମ ଶାହଙ୍କ ସହ ହାତ ମିଳାଇଛନ୍ତି । ସୋହମ ଶାହ ଭାବିଥଲେ ମ୍ୟୁଜିକ ଭିଡିଓ ପାଇଁ ସେ ସଞ୍ଜୟଙ୍କୁ ନେବେ । ଏକଥା ଜାଣିବା ପରେ ସଞ୍ଜୟ ଏକାଥରେ ହଁ ଭରିଥିଲେ । ଏବେ ସଞ୍ଜୟ ଆମେରିକାରେ ଅଛନ୍ତି । ସେଠାରୁ ଫେରିବା ପରେ ପରେ ଏହି ମ୍ୟୁଜିକ ଭିଡିଓର ଶୁଟିଂ ଆରମ୍ଭ କରାଯିବ ବୋଲି କୁହାଯାଉଛି । ଏହାକୁ ବହୁତ ବଡ ଆକାରରେ ଶୁଟିଂ କରାଯିବାର ଯୋଜନା ରହିଛି । ନିର୍ମାତ ଦୀପକ ମୁକୁଟ ଏଥିରେ ସହଯୋଗ କରୁଛନ୍ତି ।

Share