ଲାରାଙ୍କ ଘର ବାହାରେ ନୋଟିସ୍‌ ଲଗାଇଲା ବିଏମ୍‌ସି

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତାଙ୍କୁ କରୋନା। ସେ କୋଭିଡ-୧୯ ସଂକ୍ରମିତ ହେବା ପରେ ତାଙ୍କ ଘର ବାହାରେ ବମ୍ବେ ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ନୋଟିସ୍‌ ଲଗାଯାଇଛି। କରୋନା ନିୟମାନୁଯାୟୀ ତାଙ୍କର ଘରକୁ ସିଲ୍‌ କରାଯାଇଛି।

ବାନ୍ଦ୍ରାରେ ଥିବା ଲାରାଙ୍କ ଘରକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଶୁକ୍ରବାର ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

Share