ଇଏ ବି ମା’

ନୂଆଦିଲ୍ଲୀ,୬ ।୩: ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳନ କରିବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଦିବସ ଅବସରରେ ସବୁ ଭେଦଭାବ ଭୁଲି ସମସ୍ତେ ଏକାଠି ହୋଇ ପାଳନ କରିବେ ମହିଳା ଦିବସ । ଏହାର ଠିକ୍ ଦୁଇ ଦିନ ପୂର୍ବରୁ ଚଣ୍ଡିଗଡ଼ରୁ ଆସିଥିବା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ କୋଳରେ ନିଜ ସନ୍ତାନକୁ ଧରି ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି । ଟୁଇଟରରେ ଏହି ଭିଡିଓକୁ ଖୁବ୍ ପ୍ରଶଂସା କରାଯାଉଛି । ଏହାକୁ ଉତ୍ତର ପ୍ରଦେଶ ପୋଲିସ କନଷ୍ଟେବଳ ସଚିନ କୌଶିକ ନିଜ ଟୁଇଟରରେ ଅପଲୋଡ କରିଥିବା ଜଣାପଡିଛି । ଯେଉଁଥିରେ ସେ ଲେଖିଛନ୍ତି ‘ମମତ୍ୱ ଓ କର୍ତ୍ତବ୍ୟକା ସଙ୍ଗମ’ । ଏବେ ଏହି ଭିଡିଓକୁ ୭ ହଜାରରୁ ଅଧିକ ଭିୟୁଜ ମିଳି ସାରିଲାଣି । ଆଉ ୨ଶହରୁ ଅଧିକ ଥର ଟୁଇଟ୍ କରାଯାଇ ସାରିଲାଣି । ଏହାସହ ୧ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି ।

Share