Categories: ଜାତୀୟ

‘ସୀମା ହେଉ ଅବା ଆଭ୍ୟନ୍ତରୀଣ ସୁରକ୍ଷା ପୋଲିସଙ୍କ ବିନା ସମ୍ଭବ ନୁହେଁ’, ଶାହା କହିଲେ ଏମାନଙ୍କ ଡ୍ୟୁଟି ସବୁଠାରୁ ଚ୍ୟାଲେଞ୍ଜିଂ

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କୌଣସି ଦେଶରେ ସଚେତନ ପୋଲିସ ବିନା ସୀମା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ଭବ ନୁହେଁ। ରାଷ୍ଟ୍ରୀୟ ପୋଲିସ ମେମୋରିଆଲରେ ଅମିତ ଶାହା ଏହା କହିଛନ୍ତି। ସୂଚନାଯୋଗ୍ୟ, ଆଜି ହେଉଛି ପୋଲିସ ମେମୋରିଆଲ ଡେ ଏବଂ ଏହି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଜାତୀୟ ପୋଲିସ ମେମୋରିଆଲରେ ପହଞ୍ଚିଥିଲେ।

ଅମିତ ଶାହା ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ମୁଁ ଦେଖିଛି ଯେ ଦେଶର ସେବା କରୁଥିବା ଅନ୍ୟ ଲୋକଙ୍କ ତୁଳନାରେ ପୋଲିସର କର୍ତ୍ତବ୍ୟ ସବୁଠାରୁ ଚ୍ୟାଲେଞ୍ଜ ଅଟେ। ଯେ କୌଣସି ଋତୁ ଏବଂ ପର୍ବରେ ପୋଲିସ କର୍ମଚାରୀମାନେ ସର୍ବଦା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଡ୍ୟୁଟିରେ ନିୟୋଜିତ ହୁଅନ୍ତି। ଆତଙ୍କବାଦ, ଅପରାଧ ହେଉ କିମ୍ବା ବହୁ ଜନତାଙ୍କୁ ନିୟନ୍ତ୍ରଣ କରିବା, ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ସର୍ବଦା ଉପସ୍ଥିତ ଥାଏ। ଆମ ଦେଶର ପୋଲିସ ସର୍ବଦା ନିଜକୁ ପ୍ରମାଣିତ କରିଆସୁଛି।
ସୂଚନାଯୋଗ୍ୟ,ପ୍ରତିବର୍ଷ ୨୧ ଅକ୍ଟୋବର ସାରା ଦେଶରେ ପୋଲିସ ମେମୋରିଆଲ ଡେ ଭାବରେ ପାଳନ କରାଯାଏ । ୧୯୫୯ରେ ଚାଇନା ସହିତ ଲଢେଇରେ ପ୍ରାଣ ହରାଇଥିବା ୧୦ଜଣ ପୋଲିସର ବଳିଦାନକୁ ସ୍ମରଣ କରିବା ପାଇଁ ପୋଲିସ ମେମୋରିଆଲ ଡେ ଆୟୋଜିତ ହୋଇଛି। ଏହି ଦିନ ପୋଲିସ କର୍ମଚାରୀଙ୍କ ନିଷ୍ଠା ଏବଂ ପରିଶ୍ରମକୁ ମଧ୍ୟ ପ୍ରତିଫଳିତ କରିଥାଏ।

Share