Categories: ଖେଳ

ଅବସର ଘୋଷଣା କଲେ ପ୍ରିଟୋରିଅସ୍‌

ଜୋହାନ୍ସବର୍ଗ,୯ା୧: ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର ଡ୍ବେନ ପ୍ରିଟୋରିଅସ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ସୋମବାର ଅବସର ଘୋଷଣା କରିଛନ୍ତି। ପ୍ରିଟୋରିଅସ୍‌ ଦକ୍ଷିଣ ଆଫ୍ରିକା ପକ୍ଷରୁ ୩୦ ଅନ୍ତର୍ଜାତୀୟ ଟି୨୦, ୨୭ ଅନ୍ତର୍ଜାତୀୟ ଦିନିକିଆ ଓ ୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ୩ଟି ଫର୍ମାଟରେ ସେ ମୋଟ୍‌ ୬୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୮୯୫ ରନ୍‌ ସଂଗ୍ରହ କରିଥିବା ବେଳେ ୭୭ଟି ଉଇକେଟ ଅକ୍ତିଆର କରିଛନ୍ତି। ପ୍ରିଟୋରିଅସ୍‌ ୨୦୧୬ରେ ଅନ୍ତର୍ଜାତୀୟ ପଦାର୍ପଣ ପରେ ଦକ୍ଷିଣ ଆଫ୍ରିକାର ସୀମିତ ଓଭର କ୍ରିକେଟ ଦଳରେ ନିୟମିତ ଭାବେ ସ୍ଥାନ ପାଇ ଆସୁଥିଲେ। ସେ ୨୦୧୯ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ ଏବଂ ୨୦୨୧ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫିକା କ୍ରିକେଟ ଦଳର ଅନ୍ୟତମ ସଦସ୍ୟ ଥିଲେ।

Share