Categories: ଜାତୀୟ

୨୦୨୩ରେ କାର୍ଯ୍ୟକ୍ଷମ ହେବ ଦ୍ୱାରକା ଏକ୍ସପ୍ରେସ୍‌ଓ୍ବେ: ୨୯ କି.ମି ପାଇଁ ଖର୍ଚ୍ଚ ହୋଇଛି ୯ ହଜାର କୋଟି

ନୂଆଦିଲ୍ଲୀ,୧୨ା୭: ୨୦୨୩ରୁ କାର୍ଯ୍ୟକାରୀ ହେବ ଦ୍ୱାରକା ଏକ୍ସପ୍ରେସ୍‌ ଓ୍ବେ। ଏନେଇ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଉକ୍ତ ଏକ୍ସପ୍ରେସ୍‌ ଓ୍ବେକୁ ନର୍ଦନ ପେରିଫେରାଲ ରୋଡ୍‌ (ଏନ୍‌ପିଆର୍‌) ମଧ୍ୟ କୁହାଯାଏ। ତେବେ ଏହା ଦେଶର ପ୍ରଥମଏଲିଭେଟେଡ୍‌ ଅର୍ବାନ ଏକ୍ସପ୍ରେସ୍‌ ଓ୍ବେ। ଏକ୍ସପ୍ରେସ୍‌ ଓ୍ବେ କାର୍ଯ୍ୟକାରୀ ହେବା ଦ୍ୱାରା ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ୍‌ ଓ୍ବେ’ରେ ଜମୁଥିବା ଗହଳି କମିବ ବୋଲି ଗଡ଼କରୀ କହିଛନ୍ତି। ଏହି ୧୬ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍‌ ଓ୍ବେରେ ଅନୂ୍ୟନ ୩ଟି ଲେନ୍‌ରେ ଉଭୟ ପାର୍ଶ୍ୱରେ ଯିବା ଆସିବା ବ୍ୟବସ୍ଥା କରାଯିବ। ଦିଲ୍ଲୀର ଦ୍ୱାରକାରୁ ହରିୟାଣାର ଗୁରୁଗ୍ରାମକୁ ଏହି ଏକ୍ସପ୍ରେସ୍‌ ଓ୍ବେ ସଂଯୋଗ କରିବ। ୯ହଜାର କୋଟି ବିନିମୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପର ଲମ୍ବ ୨୯ କି.ମି. ରହିଛି।

Share