୧୫ ବର୍ଷ ବୟସରେ ସୁନ୍ଦରତାକୁ ନେଇ କଟୁକଥା ଶୁଣୁଥିଲେ ଏହି ଅଭିନେତ୍ରୀ, ଏବେ କିନ୍ତୁ…

ବମ୍ବେ: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳନ୍ତି। ଏହାର ତାତ୍ପର୍ଯ୍ୟ ସଫଳତା ପାଇବାକୁ ହେଲେ ସଂଘର୍ଷ କରିବାକୁ ପଡ଼ିଥାଏ। ସେଭଳି କିଛି ଘଟିଛି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ କ୍ଷେତ୍ର। ବର୍ତ୍ତମାନ ସମୟରେ ଆଗଧାଡ଼ିର ନାୟିକା ଭାବେ ସେ ଅର୍ଜିଛନ୍ତି ସୁନାମ। ହେଲେ ଦିନ ଥିଲା ତାଙ୍କୁ ବିଜ୍ଞାପନଟିଏ ମିଳୁ ନ ଥିଲା। ଯଦି ବି ମିଳୁଥିଲା, ଶେଷ ମୂହୁର୍ତ୍ତରେ ତାଙ୍କ ସ୍ଥାନରେ ଅନ୍ୟଜଣଙ୍କୁ ନିଆଯାଉଥିଲା। ଏକ ସାକ୍ଷାତକାରରେ ଅନୁଷ୍କା ନିଜର ସଂଘର୍ଷର ଦିନକୁ ମନେ ପକାଇଥିଲେ।

ଅନୁଷ୍କା ୧୫ ବର୍ଷ ବୟସରେ ଗ୍ଲାମରଜଗତରେ ନାମ କମାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ଅସୁନ୍ଦର ବୋଲି କହି ମନା କରିଦିଆଯାଉଥିଲା। ମାନସିକ ଭାବେ ସେ ଏଭଳି ଘଟଣାରେ ପ୍ରଭାବିତ ହୋଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପରିସ୍ଥିତି ବଦଳିବା ସହ ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବେ ପ୍ରମାଣିତ କରିଛନ୍ତି।

Share