ଇ-ସିଗାରେଟ ନିଶାରେ ବିଟ୍ରେନ ପିଲା: କଠୋର ପଦକ୍ଷେପ ନେଲେ ସୁନକ…

ଲଣ୍ଡନ,୩୦।୫ : ଇ-ସିଗାରେଟ ଦ୍ୱାରା ହୋଇଥିବା କ୍ଷତି କାହାଠାରୁ ଲୁକ୍କାୟିତ ନୁହେଁ। ତଥାପି ଛୋଟ ପିଲାମାନେ ଏହାକୁ ବ୍ୟବହାର କରୁଛନ୍ତି। ଏହା ଭାରତରେ ନିଷେଧ। ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଏହା ବିରୋଧରେ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ମଙ୍ଗଳବାର ସେ କହିଚନ୍ତି ମୋ ଝିଅମାନଙ୍କର ବୟସ ୧୦ ଏବଂ ୧୨ ବର୍ଷ ଏବଂ ମୁଁ ଚାହେଁ ନାହିଁ ମାର୍କେଟିଂ, ପ୍ରଚାର ଏବଂ ବିକ୍ରୟ ଦ୍ୱାରା ସେମାନେ ଇ-ସିଗାରେଟ ପ୍ରତି ଆକର୍ଷିତ ହୁଅନ୍ତୁ। ଏହା ବିରୋଧରେ ଖୁବ ଶୀଘ୍ର କଠୋର ନିୟମ ଲାଗୁ ହେବ।

ମାର୍କେଟିଂ ନିୟମକୁ ମଜବୁତ କରିବାକୁ ସେ ସ୍ଥିର କରିଛନ୍ତି ବୋଲି ଋଷି ସୁନକ କହିଛନ୍ତି। ଇ-ସିଗାରେଟ ସମ୍ବନ୍ଧରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଇ-ସିଗାରେଟରେ ଉଚ୍ଚ ସ୍ତରର ସୀସା ରହିଥାଏ ଯାହା ମସ୍ତିଷ୍କର ବିକାଶ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଥାଏ। ୧୮ ବର୍ଷରୁ କମ ପିଲାମାନଙ୍କୁ ଏହା ବିକ୍ରୟ କରିବା ବେଆଇନ ।

ଏହି କାରଣରୁ ମୁଁ ଆଜି ପିଲାମାନଙ୍କ ସୁରକ୍ଷା ପାଇଁ ଇ-ସିଗାରେଟ ଉପରେ କଟକଣା ଆରମ୍ଭ କରୁଛି ଏବଂ ପିଲାମାନଙ୍କ ହାତରେ ଇ-ସିଗାରେଟ ଧରାଉଥିବା କମ୍ପାନୀ ତଥା ଅନଲାଇନ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମୁଁ କାର୍ଯ୍ୟ ଆରମ୍ଭ କରୁଛି ବୋଲି ସେ କହିଛନ୍ତି। ବ୍ରିଟେନ ସରକାର ଏହା ମଧ୍ୟ ଘୋଷଣା କରିଛନ୍ତି ଖୁଚୁରା ବ୍ୟବସାୟୀମାନେ ୧୮ ବର୍ଷରୁ କମ ବୟସର ଲୋକଙ୍କୁ ନିକୋଟିନ ମୁକ୍ତ ଏହି ସିଗାରେଟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବେ।

ଶିଶୁ ଧୂମପାନ ଦ୍ରୁତ ବୃଦ୍ଧିରେ ମୁଁ ଚିନ୍ତିତ ଏବଂ ସ୍କୁଲ ପିଲାମାନଙ୍କ ହାତରେ ସୀସା ଥିବା ବେଆଇନ ଇ-ସିଗାରେଟ ଖବର ମୋତେ ଆଶ୍ଚର୍ଯ୍ୟ କରିଛି। ସେଥିପାଇଁ ମୁଁ ଆଜି ଏହି କାର୍ଯ୍ୟାନୁଷ୍ଠାନ ସହିତ ଆମ ପିଲାମାନଙ୍କୁ ବେଆଇନ ଭାବେ ଟାର୍ଗେଟ କରୁଥିବା ସଂସ୍ଥାଗୁଡ଼ିକୁ ଦମନ କରିବା ପାଇଁ ଆଜି ଅଧିକ ପଦକ୍ଷେପ ନେଉଛି।

କ୍ଲମ୍ପ ଡାଉନ ୨୦୨୧ର ସର୍ବଶେଷ ଜାତୀୟ ସ୍ବାସ୍ଥ୍ୟ ସେବା ଆକଳନ ଅନୁଯାୟୀ, ୧୧ ରୁ ୧୫ ବର୍ଷ ବୟସ୍କଙ୍କ ମଧ୍ୟରୁ ନଅ ପ୍ରତିଶତ ପିଲା ଇ-ସିଗାରେଟ ବ୍ୟବହାର କରୁଛନ୍ତି, ଯାହା ୨୦୧୮ରେ ଛଅ ପ୍ରତିଶତରୁ ଅଧିକ ଥିଲା।

Share